ଆସନ୍ତା ୨ ଦିନ କାଳବୈଶାଖୀ ସମ୍ଭାବନା । ବିଜୁଳି ଘଡଘଡି ସହ ହୋଇପାରେ କୁଆପଥର ବର୍ଷା ।

207

କନକ ବ୍ୟୁରୋ : ପ୍ରବଳ ତାତିରେ ଓଡ଼ିଶା ଭାଜି ହେଉଥିବା ବେଳେ ଏବେ ଟିକିଏ ଆଶ୍ୱସ୍ତି ମିଳିବ । କାରଣ ଆଜି ଠାରୁ ରାଜ୍ୟରେ ତାତି କମିବ । ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ୨୨ ଓ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସମୟରେ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହୋଇପାରେ । ସେହିଭଳି ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି । ସେହିଭଳି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ସକାଶେ ଜାରି ହୋଇଥିବା ଚେତାବନୀ ହଟେଇ ଦିଆଯାଇଥିବା ବେଳେ, ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି । ତେବେ କାଳବୈଶାଖୀର ପ୍ରଭାବ ଆଗକୁ ବଢିପାରେ । ଗତ କିଛିଦିନ ହେବ ପୂରା ରାଜ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହରେ ଯୁଝି ହେଉଥିଲା । କିନ୍ତୁ କାଳବୈଶାଖୀ ଫଳରେ ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବ ।