ନିର୍ମଳାଙ୍କ ଟ୍ୱିଟ୍ ପରେ ଭାଙ୍ଗିଲା ବ୍ୟାଙ୍କର ନିଦ : ହ୍ୱିଲଚେୟାର ସହ ପ୍ରତିମାସରେ ଘରେ ପେନସନ୍ ଯୋଗାଇବାକୁ ଦେଲା ପ୍ରତିଶ୍ରୁତି

2,157

କନକ ବ୍ୟୁରୋ : ପରିଣତ ବୟସରେ ଭଙ୍ଗା ଗୋଡ଼ରେ ପ୍ଲାଷ୍ଟିକ ଚେୟାର ସାହାଯ୍ୟରେ ଚାଲି ଚାଲି ପେନସନ ପାଇଁ ଯାଉଥିବା ଭିଡିଓକୁ ନେଇ ଏସବିଆଇକୁ ତାଗିଦ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନବରଙ୍ଗପୁର ଝରିଗାଁର ବୃଦ୍ଧାଙ୍କ ଭିଡିଓକୁ ସେୟାର କରି ନିର୍ମଳା ସୀତାରମଣ ଏନେଇ ଷ୍ଟେଟ ବ୍ୟାଙ୍କ ଅବଗତ ଅଛନ୍ତି କି ନାହିଁ ଏବଂ ମାନବିକତା ଦୃଷ୍ଟିରୁ କଣ ପଦକ୍ଷେପ ନେଇଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ।

ନବରଙ୍ଗପୁର ଝରିଗାଁ ବ୍ଲକ ବଣୁଆଗୁଡାର ସୂର୍ଯ୍ୟ ହରିଜନ ପେନସନ ଟଙ୍କା ପାଇଁ ପ୍ଲାଷ୍ଟିକ ଚେୟାରରେ ଏପରି ଯାଉଥିବାର ଦେଖିବାକୁ ମିଳିଥିଲା । ନିର୍ମଳା ସୀତାରମଣଙ୍କ ଟ୍ୱିଟ ପରେ ତତ୍ପର ହୋଇଉଠିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଉତର ରଖି ଏସବିଆଇ କହିଛି ଝରିଗାଁରେ ଥିବା ସିଏସପି ପଏଣ୍ଟରୁ ପେନସନ ଟଙ୍କା ଉଠାଉଥିଲେ । କିନ୍ତୁ ସିଏସପି ପଂଏଟରେ ତାଙ୍କ ଫିଙ୍ଗର ପ୍ରିଣ୍ଟ ମ୍ୟାଚ ନକରିବାରୁ ଝରିଗାଁ ବ୍ରାଞ୍ଚକୁ ତାଙ୍କ ସମ୍ପର୍କୀୟଙ୍କ ସହ ଆସିଥିଲେ । ଏହାପରେ ତାଙ୍କୁ ତୁରନ୍ତ ପେନସନ ଟଙ୍କା ଦେଇ ଦିଆଯାଇଥିଲା । ତେବେ ଆସନ୍ତା ମାସଠାରୁ ତାଙ୍କ ଘରେ ପେନସନ ଟଙ୍କା ଦେଇ ଆସିବାକୁ ପ୍ରତିଶ୍ରୁତି ଦେଇଛି ଏସବିଆଇ । ଏହା ସହ ତାଙ୍କୁ ଏକ ହ୍ୱିଲ ଚେୟାର ଯୋଗାଇ ଦେବାକୁ ମଧ୍ୟ ଷ୍ଟେଟ ବ୍ୟାଙ୍କ ପ୍ରତିଶ୍ରୁତି ଦେଇଛି ।

ଫ୍ରିଙ୍ଗର ପ୍ରିଣ୍ଟ ନ ମିଶିବାରୁ ତିନି ମାସ ଧରି ମିଳୁନି ବୃଦ୍ଧାଙ୍କୁ ପେନସନ ମିଳିଲାନି । ପେନସନ ପାଇଁ ଯାଇ ଥରେ ଗୋଡ଼ ବି ଭାଙ୍ଗିଯାଇଥିଲା । ପରିଣତ ବୟସରେ ଭଙ୍ଗା ଗୋଡ଼ରେ ଚାଲି ଚାଲି ପେନସନ ପାଇଁ ଯାଇଥିଲେ । ନବରଙ୍ଗପୁର ଝରିଗାଁ ବ୍ଲକ ବଣୁଆଗୁଡାର ସୂର୍ଯ୍ୟ ହରିଜନ । ଚାଲିବା ଲାଗି ଶକ୍ତି ନାହିଁ, କି ଜୋରରେ କଥା ବି ପାଟିରୁ ବାହାରୁ ନାହିଁ । ଖାଲି ପାଦରେ ଏକୁଟିଆ ଗୋଟିଏ ଚୌକି ଭରସାରେ ଚାଲିଚାଲି ଯାଉଥିଲେ ପେନସନ୍ ପାଇଁ । ପେନସନ ପାଇଁ ଯାଇ ଗୋଡ଼ ହରେଇଲା ହେଲେ ମିଳିଲା ନାହିଁ ପେନସନ । ଯେଉଁଠିକୁ ଗଲେ ଆଙ୍ଗୁଠି ମିଶୁନଥିବା କହି ଫେରେଇ ଦେଲେ ।