ଜମୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରଚାର। ଖଡଗେଙ୍କୁ ସମର୍ଥନ କରି ତିନି କଂଗ୍ରେସ ନେତା ମୁଖପାତ୍ର ପଦରୁ ଦେଲେ ଇସ୍ତଫା।

140

କନକ ବ୍ୟୁରୋ: ଜମୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରଚାର । ଅକ୍ଟୋବର ୧୭ରେ ଏହି ଦୁଇ ନେତାଙ୍କ ପାଇଁ ଭୋଟ୍ ପଡିବ । ଏହା ପୂର୍ବରୁ ଦୁଇ ପ୍ରାର୍ଥୀ ଶଶି ଥରୁର ଏବଂ ମଲ୍ଲିକାର୍ଜୁନ ଖଡଗେ ପରସ୍ପର ସପକ୍ଷରେ ଭୋଟ୍ ପାଇଁ ପ୍ରଚାର କରୁଛନ୍ତି । ନିଜ ସମର୍ଥନରେ ୬୦ ସମର୍ଥକ ଥିବା ଶଶି ଥରୁର ଦାବି କରିଛନ୍ତି । ଏହାପରେ ଖଡଗେଙ୍କ ସମର୍ଥନରେ ବାହାରି ଦଳର ତିନି ମୁଖପାତ୍ର ଇସ୍ତଫା ଦେଇଛନ୍ତି । ଦିପେନ୍ଦର ସିଂହ ହୁଡ୍ଡା, ଗୌରଭ ବଲ୍ଲଭ, ନାସିର ହୁସେନ ମ୍ରୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ଖଡଗେଙ୍କ ସମର୍ଥନରେ ଏହି ତିନି କଂଗ୍ରେସ ନେତା ଏବେ ଦଳ ଭିତରେ ପ୍ରଚାର କରିବେ ତେଣୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ।

ସେହିପରି ଖଡଗେ କହିଛନ୍ତି ଆଜିଠୁ ସେ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ସେ କାହା ବିରୋଧରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢୁନାହାନ୍ତି ବରଂ ଦଳକୁ ମଜବୁତ କରିବାକୁ ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି । ଉଭୟ ସେ ଏବଂ ଥରରୁ ଦରଦାମ ବୃଦ୍ଧି, ବେରୋଜଗାର ଏବଂ ବିଜେପି ଓ ଆରଏସଏସ ବିରୋଧରେ ମିଳିତ ଲଢେଇ କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି । ଏଥିସହ ଗାନ୍ଧି ପରିବାରର ସମର୍ଥନ ତାଙ୍କ ସପକ୍ଷରେ ଥିବା ଦାବିକୁ ସେ ଖାରଜ କରିିଛନ୍ତି । ସେପଟେ ଶଶୀ ଥରୁର ଖଡଗେଙ୍କ ସହ ଖୋଲା ବିତର୍କ କରିବାକୁ ଆହ୍ୱାନ କରିଛନ୍ତି । ଯେପରି ନିକଟରେ ବ୍ରିଟେନରେ କନଜରଭେଟିଭ ପାର୍ଟିର ନେତୃତ୍ୱ ପାଇଁ ଟ୍ରଷ୍ଟ ଏବଂ ଋଷି ସୁନକଙ୍କ ମଧ୍ୟରେ ଖୋଲା ବିତର୍କ ହୋଇଥିଲା । ଦଳରେ ଯଦି ପରିବର୍ତନ ଚାହୁଁଛନ୍ତି ତାଙ୍କୁ ଭୋଟ୍ ଦେବାକୁ ଶଶୀ ଥରୁର ନିବେଦନ କରିଛନ୍ତି ।