ଚୀନରେ ସୁରକ୍ଷିତ ଭାବେ ଅବତରଣ କଲା ଇରାନର ବିମାନ। ସମସ୍ତ ଯାତ୍ରୀ ଓ ବିମାନ ସୁରକ୍ଷିତ ଥିବା ସୂଚନା। 

83

କନକ ବ୍ୟୁରୋ: ବାଂଲାଦେଶ ଦେଇ ଚୀନରେ ଅବତରଣ କଲା ୩୪୦ ଯାତ୍ରୀ ଥିବା ଇରାନର ବିମାନ । ଇରାନର ମହାନ ଏୟାରଲାଇନ୍ସ ଏହା ସ୍ପଷ୍ଟ କରିଛି । ଇରାନର ଏହି ଯାତ୍ରୀବାହୀ ବିମାନରେ ବୋମା ଥିବା ସୂଚନା ମିଳିଥିଲା । ମହାନ ଏୟାରଲାଇନ୍ସ କହିଛି, ବୋମା ଖବର ଗୁଜବ, ବିମାନଟି ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ଘଟଣାକ୍ରମକୁ ଦେଖିଲେ ଲାଗୁଛି ଅନ୍ତର୍ଜାତୀୟ ବିମାନ ସେବାକୁ ପ୍ରଭାବିତ କରିବାକୁ ଏପରି ଏକ ଫେକ୍ ନ୍ୟୁଜ ତିଆରି କରାଯାଇଥିଲା । ଏପରି କରି ଶାନ୍ତି ଭାଙ୍ଗିବାକୁ ପ୍ରୟାସ କରାଯାଇଥିଲା ବୋଲି ଇରାନର ବିମାନ ବନ୍ଦର କର୍ତୃପକ୍ଷ କହିଛନ୍ତି ।

ଇରାନର ଏହି ବିମାନ ଭାରତୀୟ ଆକାଶମାର୍ଗରେ ପ୍ରବେଶ କରିବା ପରେ ବୋମା ଥିବା ନେଇ ଦିଲ୍ଲୀ ବିମାନ ବନ୍ଦରକୁ ସୂଚନା ମିଳିଥିଲା । ପରେ ଏୟାର ଟ୍ରାଫିକ କଂଟ୍ରୋଲର ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଅବତରଣ ନକରି ଜୟପୁରରେ ଅବତରଣ କରିବାକୁ ପରାମର୍ଶ ଦେଇଥିଲା । ହେଲେ ଏହା ସଫଳ ହୋଇପାରିନଥିଲା । ପରେ ବାଂଲାଦେଶ ଆକାଶମାର୍ଗ ଦେଇ ଚୀନରେ ଅବତରଣ କରିଛି ଏହି ଯାତ୍ରୀବାହୀ ବିମାନ । ଭାରତୀୟ ଆକାଶ ମାର୍ଗରୁ ଏହି ଯାତ୍ରୀବାହୀ ବିମାନକୁ ହଟାଇବା ପାଇଁ ଭାରତୀୟ ବାୟୁସେନାର ଲଢୁଆ ସୁଖୋଇ ବିମାନ ପାଖାପାଖି ୪୫ ମିନିଟ ପିଛା କରିଥିଲା । ମଝି ଆକାଶରେ ବିମାନଟି ଥିବା ବେଳେ ପାଇଲଟ ବୋମା ଥିବା ନେଇ ସୂଚନା ପାଇଥିଲେ । ପରେ ଅପରସେନ କଂଟ୍ରୋଲ ସେଂଟରକୁ ଯୋଗାଯୋଗ କରିଥିଲେ । ଏହାପରେ ମହାନ ଏୟାରଲାଇନ୍ସ ବୋମା ଥିବା ନେଇ ସୂଚନା ଦେଇଥିଲେ । ଦିଲ୍ଲୀ ବିମାନ ବନ୍ଦର ସହିତ ଗୁଇନ୍ଦା ବିଭାଗ ସତର୍କ ହୋଇଥିଲା । ଏବେ ପ୍ରଶ୍ନ ଉଠୁଛି ଯଦି ଏହା ଫେକ୍ ନ୍ୟୁଜ ତାହେଲେ କିଏ ଦିଲ୍ଲୀ ବିମାନ ବନ୍ଦରକୁ ବିମାନରେ ବୋମା ଥିବା ନେଇ ସତର୍କ କରାଇଥିଲା ।