ସୁବର୍ଣ୍ଣରେଖା ନଦୀରେ ବଡ ବନ୍ୟା ଆଶଙ୍କା: ଟ୍ୱିଟ କରି ସୂଚନା ଦେଲେ ଏସଆରସି

178

କନକ ବ୍ୟୁରୋ: ସୁବର୍ଣ୍ଣରେଖା ନଦୀରେ ବଡ ବନ୍ୟା ଆଶଙ୍କା । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଏସଆରସି । ଝାଡଖଣ୍ଡ ଛାଡିଲା ସାଢେ ୩ ଲକ୍ଷ କ୍ୟୁସେକ ଜଳ । ଗାଲୁଡିହି ବ୍ୟାରେଜରେ ୧୪ଟି ଗେଟ ଖୋଲିଲା ଝାଡଖଣ୍ଡ । ପ୍ରତି ସେକେଣ୍ଡରେ ସାଢେ ୩ ଲକ୍ଷ ଘନ ଫୁଟ ଜଳ ନିଷ୍କାସିତ । ଫଳରେ ସୁବର୍ଣ୍ଣରେଖାରେ ବଡ ବନ୍ୟା ଆଶଙ୍କା ବଢିଲା । ଏନେଇ ସତର୍କ ରହିଛି ପ୍ରଶାସନ । ଅତିରିକ୍ତ ୨ ଏନଡିଆରଏଫ, ୨ ଓଡ୍ରାଫ ବାଲେଶ୍ୱରକୁ ପଠାଯାଇଛି ।