କନକ ବ୍ୟୁରୋ: ଚଳିତ ବନ୍ୟାରେ ୭ ଲକ୍ଷ ୧୩ ହଜାର ଲୋକ ପ୍ରଭାବିତ ହୋଇଥିବା କହିଛନ୍ତି ସରକାର । ଏବେ ବି ୪ ଲକ୍ଷ ୭୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ୧୩ଟି ଜିଲ୍ଲାର ୭୩ଟି ବ୍ଲକର ୬୦୭ ପଞ୍ଚାୟତ ପ୍ରଭାବିତ ହୋଇଛି । ଏଥିରେ ୨୨୩୨ଟି ଗାଁ ରହିଛି । ୨୪୮ ରିଲିଫ୍ କେନ୍ଦ୍ରରେ ୧ ଲକ୍ଷ ୪ ଲକ୍ଷ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ବନ୍ୟାରେ କ୍ଷୟକ୍ଷତିର ଆକଳନ କରୁଛନ୍ତି ସରକାର । ହେଲେ ବନ୍ୟା ଯୋଗୁଁ ୧୮ ଶହ ୬୬ଟି ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।

ସେହିପରି ଲଗାଣ ବର୍ଷା ଯୋଗୁଁ ୩୯ ଶହ ୧୬ଟି ଘର ଭାଙ୍ଗିଥିବା କୁହାଯାଇଛି । ଲଗାଣ ବର୍ଷା ଯୋଗୁଁ ୮ଟି ଜିଲ୍ଳାର ୫୨ଟି ବ୍ଳକ ପ୍ରଭାବିତ ହୋଇଛି । ୫୨୪ଟି ଗାଁର ପ୍ରାୟ ୨୭ ହଜାର ଲୋକ ପ୍ରଭାବିତ ହୋଇଥିବା କହିଛନ୍ତି ସରକାର । ସେପଟେ ବନ୍ୟା ଯୋଗୁଁ ଖରିଫ୍ ଫସଲ ଏବଂ ମତ୍ସ୍ୟ ଓ ପଶୁସଂମ୍ପଦର କ୍ଷୟକ୍ଷତି ନେଇ ରିପୋର୍ଟ ମାଗିିଛନ୍ତି କୃଷିମନ୍ତ୍ରୀ । ଅଗଷ୍ଟ ୨୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।