ନୟାଗଡ଼ ଜିଲ୍ଲା ରଣପୁରର ବନ୍ଧମୁଣ୍ଡାରୁ ଆସିଲା ଅଭାବନୀୟ ଚିତ୍ର। ଗାଁକୁ ରାସ୍ତା ନାହିଁ, କାଠପୋଲ ଏକମାତ୍ର ଭରସା।

93

କନକ ବ୍ୟୁରୋ: ରାସ୍ତା ନାହିଁ, କାଠପୋଲ ଏକମାତ୍ର ସାହାର । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡାରୁ ଆସିଛି ଏପରି ଚିତ୍ର । ପଞ୍ଚାୟତର ଅଧିକାଂଶ ଲୋକେ ଆଦିବାସୀ ସମ୍ପ୍ରଦାୟର । ପଞ୍ଚାୟତକୁ ଘେରି ରହିଛି ଘଞ୍ଚ ଜଙ୍ଗଲ ସହ ପାହାଡ଼ । ଆଉ ଏହାରି ଭିତରେ ରହିଛନ୍ତି ରଣପୁର ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଖିଲାମୁଣ୍ଡା । ମା’ଙ୍କୁ ଦର୍ଶନ ପାଇଁ ଦୂରଦୂରାନ୍ତ ବହୁ ଲୋକେ ଆସନ୍ତି । ତା’ଛଡ଼ା ଏହାଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାକୁ ବଣଭୋଜି ମଧ୍ୟ ଅନେକେ ଆସନ୍ତି । ମା’ଙ୍କ ପୀଠକୁ ଯିବା ପାଇଁ ଲୋକଙ୍କୁ କାଠ ପୋଲ ଏକମାତ୍ର ଭରସା ।

ପୀଠ ଠାରୁ ଅଳ୍ପ ଦୂରରେ ଥିବା ଚାକୁଣ୍ଡ ଝର ଗାଁ ଓ ରାଆଁଳା ଗାଁରେ ୫୦୦ରୁ ଅଧିକ ଲୋକେ ବାସ କରନ୍ତି । ତେବେ ବର୍ଷା ଦିନେ ଲୋକଙ୍କୁ ଯିବାଆସିବା ପାଇଁ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଗ୍ରାମବାସୀଙ୍କ ପାଇଁ ଲାଇଫଲାଇନ ସାଜିଥିବା ଏହି କାଠପୋଲ ବଦଳରେ ସ୍ଥାୟୀପୋଲ କେବେ ହେବ, ତାକୁ ନେଇ ଦେଖା ଦେଇଛି ଅନିଶ୍ଚିତତା । ସେପଟେ ବିଡିଓ କହିଛନ୍ତି ଯେ, ପୋଲ ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିବାରୁ ୨-୩ ବର୍ଷ ଭିତରେ ସ୍ଥାୟୀ ପୋଲ ନିର୍ମିତ ହେବ ।