ରାଜ୍ୟରେ କୌଣସି ନଦୀରେ ସୃଷ୍ଟି ହୋଇନି ବନ୍ୟାସ୍ଥିତି : ସବୋର୍ଚ୍ଚ ଯନ୍ତ୍ରୀ କହିଲେ, ସଜାଗ ଅଛି ବିଭାଗ

101

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ରାଜ୍ୟର ୮ ଜଳଭଣ୍ଡାରର ସ୍ଥିତି ଠିକ୍ ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । କେଉଁଠି ୩୦ ପ୍ରତିଶତ ତ ଆଉ କେଉଁଠି ୭୦ ପ୍ରତିଶତ ଜଳ ରହିଛି । ରାଜ୍ୟରେ ଏବେ ବନ୍ୟାର କୌଣସି ଖବର ନାହିଁ । ତେବେ କିଛି ନଦୀରେ ଯଦିଓ ରାଇସିଙ୍ଗ ଟ୍ରେଣ୍ଡ ରହିଛି । କିନ୍ତୁ ଜଳସ୍ତର ବିପଦସଙ୍କେତ ତଳେ ରହିଛି । ସେହିପରି ଟିକରପଡା , ଖଇରମାଳ ନରାଜଠାରେ ମହାନଦୀ ରାଇସିଙ୍ଗ ଟ୍ରେଣ୍ଡରେ ରହିଛି ।

ନିମାପଡା ଠାରେ କୁଶଭଦ୍ରା , ଆଳିପିଙ୍ଗଳ ଠାରେ ଦେବୀ , ଆନନ୍ଦପୁର ଓ ଆଖୁଆପଦାରେ ବ୍ରାହ୍ମଣୀ ,ବାରିପଦାରେ ବୁଢାବଳଙ୍ଗ ରାଇସିଙ୍ଗ ଟ୍ରେଣ୍ଡରେ ରହିଛି । ଏହାସହ ରାଜଘାଟ୍ ଓ ଜଳକା ମାଥାନୀ ରୋଡ ବ୍ରିଜ ଠାରେ ସୁବର୍ଣରେଖା , ସୋରଡା , ମାଧରବିଦା ଓ ପୁରୁଷୋତମପୁର ଠାରେ ରୁଷିକଲ୍ୟା ମଧ୍ୟ ରାଇଜିଙ୍ଗ ଟ୍ରେଣ୍ଡରେ ରହିଛି । ହେଲେ ଏହି ନଦୀ ଗଡିକ ବିପଦସଙ୍କୁଳ ତଳେ ଥିବା ନେଇ କହିଛି ପାଣିପାଗ ବିଭାଗ । ଅନ୍ୟପଟେ ପାଣିପାଗ ବିଭାଗ ସଜାଗ ରହିଛି ଓ ରାଜ୍ୟର କୌଣସି ସ୍ଥାନ ଜଳମଗ୍ନ ହେବା ଖବର ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।