ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗିଲେ ପାକିସ୍ତାନର ଅରଶଦ ନଦୀମ । ୯୦ ମିଟରରୁ ଅଧିକ ଦୂର ଭାଲା ଫିଙ୍ଗିଲେ

395

କନକ ବ୍ୟୁରୋ: ଇତିହାସ ରଚିଲେ ପାକିସ୍ତାନୀ ଜାଭେଲିନ୍ ଥ୍ରୋୟର ଅରସଦ୍ ନଦୀମ । ବର୍ମିଙ୍ଗହମରେ ଚାଲିଥିବା କମନୱେଲଥ୍ ଗେମରେ ୯୦ ମିଟରରୁ ଅଧିକ ଦୂର ଭାଲା ଫିଙ୍ଗି ଭାରତୀୟ ଜାଭେଲିିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗିଲେ । ଏହାସହ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ପାକିସ୍ତାନର ହିରୋ ପାଲଟିଯାଇଛନ୍ତି ।

ଅଣ୍ଟାରେ ଆଘାତ ଯୋଗୁଁ ନୀରଜ ଚୋପ୍ରା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି । ଏପରି ସ୍ଥିତିରେ ପାକିସ୍ତାନୀ ଅରଶଦ ନଦୀମ ଭଲ ସୁଯୋଗ ନେଇ ପାକିସ୍ତାନ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ଏନେଇ ପାକିସ୍ତାନୀ କ୍ରିକେଟର ବାବର ଆଜମ ତାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ।