ହ୍ୱାଟସଆପର ନୂଆ ଅପଡେଟ: ଦେଇପାରିବେ ୬ ପ୍ରକାରର ରିଆକ୍ସନ, ପଢନ୍ତୁ କଣ ରହିଛି ଫିଚର୍ସ?

883

କନକ ବ୍ୟୁରୋ : ଆସିଛି ହ୍ୱାଟସଆପର ନୂଆ ଅପଡେଟ୍ । ଏଣିକି ଆପଣ ହ୍ୱାଟସଆପରେ ମେସେଜ ଦେବାବେଳେ ଦେଇପାରିବେ ବିଭିନ୍ନ ମନମୁତାବକ ରିଆକ୍ସନର ଇମୋଜି । ଠିକ୍ ଶୁଣିଲେ ଆପଣ, କୌଣସି ମେସେଜ ଆସିଲେ ଆପଣ ବିଭିନ୍ନ ପ୍ରକାରର ଆପଣଙ୍କ ମନପସନ୍ଦର ଇମୋଜି ରିପ୍ଲାଏ କରିପାରିବେ । ପୂର୍ବରୁ ମେସେଞ୍ଜରର ଉପଲବ୍ଧ ହେଉଥିବା ଏହି ବ୍ୟବସ୍ଥା ବର୍ତ୍ତମାନ ହ୍ୱାଟସଆପରେ ବି ଉପଲବ୍ଧ ହେବ । ପ୍ରତ୍ୟେକ ମେସେଜ ପାଇଁ ୬ଟି ପ୍ରକାରର ରିଆକ୍ସନ ମେସେଜ ଆପଣ ଦେଇପାରିବେ । ସେଗୁଡିକ ହେଉଛି ଲାଇକ, ଲଭ, ଲାଫ୍, ସରପ୍ରାଇଜ, ସ୍ୟାଡର ଇମୋଜି ।

ଆପଣଙ୍କ ମୋବାଇଲରେ ହ୍ୱାଟସଆପ ଅପଡେଟ ଆସିବା ପରେ ଆପଣ ତାକୁ ଅପଡେଟ କରନ୍ତୁ । ହ୍ୱାଟସଆପ ଗ୍ରୁପ ବା ଚାଟ୍ ବକ୍ସରେ କୌଣସି ମେସେଜକୁ ଆପଣ ଅଟକାଇବେ ସେତେବେଳେ ଏହି ସମସ୍ତ ରିଆକ୍ସନ ଆସିବ । ତାପରେ ଆପଣ ନିଜ ମନମୁତାବକ ରିଆକ୍ସନ ମେସେଜ କରିପାରିବେ । ହ୍ୱାଟସଆପର ମେଟା ଭର୍ସନ ବ୍ୟବହାରକାରୀଙ୍କ ପାଇଁ ଏହି ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ହ୍ୱାଟସଆପ ୱେବ, ହ୍ୱାଟସଆପ ଆଣ୍ଡ୍ରଏଡ, ହ୍ୱାଟସଆପ ଆଇଓଏସରେ ଏହି ସମସ୍ତ ବ୍ୟବସ୍ଥା ଉପଲବ୍ଧ ହେଉଛି ।

ଆପଣ ପଠାଉଥିବା କୌଣସି ମେସେଜ ଅଥବା ଆସୁଥିବା ମେସେଜର ରିପ୍ଲାଏରେ ଏହି ସମସ୍ତ ରିଆକ୍ସନ ଦେଇପାରିବେ ବ୍ୟବହାରୀ । କେବଳ ହୋଲ୍ଟ କରିବା ପରେ ଗୋଟିଏ ଥର ଆପଣ ଟ୍ୟାପ କଲେ ଏହି ସମସ୍ତ ରିଆକ୍ସନ ଆସିବ । କୌଣସି ମେସେଜ ଉପରେ କାହାର ରିଆକ୍ସନ ଆସିବ ସେତେବେଳେ ୟୁଜର୍ସଙ୍କୁ ଗୋଟିଏ ଫୁସ ନୋଟିଫିକେସନ ମିଳିବ । ତେବେ ଆପଣ ଚାହିଁଲେ ଏହାକୁ ଆପଣଙ୍କ ସୁବିଧା ପାଇଁ ବନ୍ଦ କରିପାରିବେ । ଏହା ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ହୋଇନଥିବା ବେଳେ ଏହାକୁ ହ୍ୱାଟସଆପର ବେଟାରେ ପରୀକ୍ଷା ପରେ ବ୍ୟବହାରକାରୀଙ୍କ ପାଇଁ ଏହା ଆସିବ ।