ମହାଲକ୍ଷ୍ମୀ ପୂଜାକୁ ନେଇ ଚଳଚଞ୍ଚଳ ମୁନିଗୁଡା ସହର: ତୋରଣ ସାଙ୍ଗକୁ ମା’ଙ୍କ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ଼

125

କନକ ବ୍ୟୁରୋ: ମହାଲକ୍ଷ୍ମୀ ପୂଜାକୁ ନେଇ ଚଳଚଂଚଳ ହୋଇ ପଡିଛି ରାୟଗଡା ଜିଲ୍ଲା ମୁନିଗୁଡା ସହର । ୧୯୮୮ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୩୬ ବର୍ଷରେ ପଦାର୍ପଣ କରିଛି । ପୂଜା କମିଟି ତରଫରୁ ସୁଉଚ୍ଚ ତୋରଣ ସାଙ୍ଗକୁ ମିନାବଜାର ଓ ଅପେରାର ବ୍ୟବସ୍ଥାହୋଇଛି । ମା’ଙ୍କୁ ଦେଖିବାକୁ ସଂଧ୍ୟାରେ ହେଲେ ଜମୁଛି ଲୋକଙ୍କ ଗହଳି ।

ଝିଲିମିଲି ଆଲୋକରେ ଝଲସୁଛି ପୂଜା ପେଣ୍ଡାଲ । ସୁ-ଉର୍ଚ୍ଚ ତୋରଣ ସାଙ୍ଗକୁ ମା’ଙ୍କ ମୂର୍ତି ମନ ମୋହୁଛି । ମହାଲକ୍ଷ୍ମୀ ପୂଜା ପାଇଁ ରାୟଗଡା ଜିଲ୍ଲା ମୁନିଗୁଡା ସହର ଚଳଚଂଚଳ । ୩୬ ବର୍ଷ ହେବ ଏଠାରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ସଂଧ୍ୟାରେ ମା’ଙ୍କ ଆଳତୀ ଦେଖିବାକୁ ସହ ମା’ଙ୍କୁ ଦର୍ଶନ କରିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମୁଛି । ପୂଜା ବୁଲିବା ସହ ବଜାର ବୁଲାର ମଜା ନେଉଛନ୍ତି ଲୋକେ । ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ପାଲଟିଛି ପୁଜାର ହସ୍ତିନାପୁରର ମହଲ ଆକାରର ତୋରଣ ସାଙ୍ଗକୁ ମିନା ବଜାର ।

ଜାତି ଧର୍ମ ନିର୍ବିଶେଷରେ ଭାଇଚାରାର ସନ୍ଦେଶ ନେଇ ଏହି ପୂଜା ପାଳନ କରାଯାଇଥାଏ । ଏହି ପୂଜା ଦେଖିବାକୁ ଆଖପାଖ ଅଂଚଳ ସହ ପଡୋଶୀ କଳାହାଣ୍ଡି, କନ୍ଧମାଳ ଏପରିକି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି । ପ୍ରତିବର୍ଷ ମାର୍ଗଶୀର ମାସ ତୃତୀୟ ଗୁରୁବାରରୁ ମହାଲକ୍ଷ୍ମୀଙ୍କ ସ୍ଥାପନା କରିଥାନ୍ତି ପୂଜା କମିଟି । ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଜମେ ।