ସ୍ୱାମୀଙ୍କୁ କରେଣ୍ଟ ଦେଇ  ହତ୍ୟା , ଶବ ସହ ଦୁଇଦିନ

126

ଆଗ୍ରାରେ ଜଣେ ମହିଳା ନିଜ ସ୍ଵାମୀଙ୍କୁ ଇଲେକ୍ଟ୍ରିକ କରେଣ୍ଟ ଦେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ଶବକୁ ଦୁଇ ଦିନ ଘରେ ବନ୍ଦ କରି ରଖିଥିଲେ । ପରେ ଦୁର୍ଗନ୍ଧ ବାହାରିବା ପରେ ସେ ନିଜେ ପୋଲିସ ଷ୍ଟେସନରେ ପହଞ୍ଚି ହତ୍ୟା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ।

ସଦର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ନାମ ନୀରଜ ବୋଲି ଜଣାପଡିଛି। ପୋଲିସ କହିଛି ଯେ ନୀରଜ କୁଶୱା ତାଙ୍କ ପତ୍ନୀ ପ୍ରୀତି ଏବଂ ଦୁଇ ପିଲାଙ୍କ ସହ ନାଗଲା କାଞ୍ଚିଆନରେ ଏକ ଭଡା ଘରେ ରହୁଥିଲେ। ଆଗ୍ରା କ୍ୟାଣ୍ଟ ରେଳଷ୍ଟେସନରେ ତାଙ୍କର ଏକ ଦୋକାନ ଅଛି ।

ଅଭିଯୁକ୍ତ ମହିଳା ଦାବି କରିଛନ୍ତି ଯେ ସ୍ୱାମୀ ସବୁବେଳେ ମଦ୍ୟପାନ କରୁଥିଲେ । ପୋଲିସ ଅଭିଯୁକ୍ତ ମହିଳାଙ୍କ କହିବା  ଅନୁସାରେ କହିଛି ଯେ ନୀରଜ ମଦ୍ୟପାନରେ ଅଭ୍ୟସ୍ତ ଥିଲେ ଏବଂ ପ୍ରତିଦିନ ନିଶା ଖାଇ ଘରକୁ ଫେରି ପ୍ରୀତିଙ୍କୁ ମାରପିଟ ମଧ୍ୟ କରୁଥିଲେ। ଏସବୁ ଅସହ୍ୟ ହେବାରୁ ଦିନେ ସ୍ତ୍ରୀ ଜଣକ ସ୍ଵାମୀଙ୍କୁ ବାନ୍ଧି ଇଲେକଟ୍ରିକ କରେଣ୍ଟ ଦେଇଥିଲେ । ଯାହାଫଳରେ ସ୍ବାମୀଙ୍କର ମୃତ୍ଯୁ ଘଟିଥିଲା ।

ମୃତଦେହକୁ ଘରେ ରଖି  ପୋଲିସ ଷ୍ଟେସନରେ ପହଞ୍ଚିଥିଲା ସ୍ତ୍ରୀ

ଅଧିକାରୀ କହିଛନ୍ତି ଯେ ବିଦ୍ୟୁତ ଆଘାତ ଯୋଗୁଁ ନୀରଜଙ୍କ ମୃତ୍ୟୁ ଘଟିଛି ଏବଂ ମହିଳା ଜଣକ ମୃତଦେହକୁ ଦୁଇ ଦିନ କୋଠରୀରେ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି । ସେ କହିଛନ୍ତି ଯେ ସୋମବାର ସକାଳେ ମୃତ ଦେହରୁ ଦୁର୍ଗନ୍ଧ ଆସିବା ଆରମ୍ଭ କଲାବେଳେ ପ୍ରୀତି କୋଠରୀକୁ ତାଲା ପକାଇ ପୋଲିସ ଷ୍ଟେସନକୁ ଯାଇ ଅଧିକାରୀଙ୍କୁ ଚାବି ଦେଇ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ।ଏହି ପରିପ୍ରେକ୍ଷୀରେ ସଦର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ପ୍ରଦୀପ କୁମାର କହିଛନ୍ତି ଯେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଅଭିଯୁକ୍ତ ପ୍ରୀତି କୁଶୱାଙ୍କୁ ଗିରଫ କରି ପଚରାଉଚରା କରୁଛି। ସେ କହିଛନ୍ତି ଯେ ଘରୋଇ କଳହ ହେଉଛି ହତ୍ୟାକାଣ୍ଡର କାରଣ ବୋଲି ଦର୍ଶାଇଛନ୍ତି ।