ବନ୍ଦ ହୋଇଯିବ ଟୋଲ ଗେଟ୍! କ୍ୟାମେରା ରିଡ୍ କରିବ ଗାଡି ନମ୍ବର ପ୍ଲେଟ, ଆପେ କଟିଯିବ ଟଙ୍କା

445

କନକ ବ୍ୟୁରୋ: ସାରା ଦେଶର ଜାତୀୟ ରାଜପଥରୁ ଟୋଲ ପ୍ଲାଜ ହଟାଇବାକୁ ଯୋଜନା କରୁଛି କେନ୍ଦ୍ର ସରକାର । କେନ୍ଦ୍ର ପରିବହନ ମନ୍ତ୍ରୀ ଏହି ସୂଚନା ଦେଇ କହିଛନ୍ତି କି, ସରକରାଙ୍କ ଯୋଜନା ଅଛି କି ଏଥିପାଇଁ ଅଟୋମେଟିକ ନମ୍ବର ପ୍ଲେଟ ରିଡର କ୍ୟାମେରା ଲଗାଯିବ । ଯାହା ଫଳରେ ଆପେ ଆପେ ଗାଡିର ନମ୍ବର ପ୍ଲେଟକୁ ରିଡ୍ କରିଦେବ ଫଳରେ ଗାଡି ମାଲିକଙ୍କ ଆକାଉଣ୍ଟରୁ ଟୋଲ କଟିଯିବ । ପ୍ରଥମେ ଏହି ଯୋଜନାରେ ପାଇଲଟ ପ୍ରୋଜେକ୍ଟରେ କାମ ଚାଲିଛି ।

୨୦୧୯ରେ ସରକାର ଏକ ନିୟମ ଆଣିଥିଲେ କି କାର କମ୍ପାନୀ ଗୁଡିକ ନମ୍ବର ପ୍ଲେଟ ସହତ କର ଦେବେ । ଏବେ ଟୋଲ ପ୍ଲାଜାକୁ ହଟାଇବାର ପ୍ଲାନ ଅଛି । ଏହି ସ୍ଥାନରେ କ୍ୟାମେରା ଲଗାଯିବ । ଏହି କ୍ୟାମେରା ନମ୍ବର ପ୍ଲେଟକୁ ସ୍କାନ କରିବ । ଏଥିରେ ଏକ ଅସୁବିଧା ଅଛି କି, ଟୋଲ ପ୍ଲାଜାରେ ଟ୍ୟାକ୍ସ ଦେଉନଥିବା ଗାଡି ମାଲିକଙ୍କୁ ଦଣ୍ଡିତ କରିବାର କୌଣସି ପ୍ରାବାଧାନ ଏଥିରେ ନାହିଁ । ତେଣୁ ଏହାକୁ ଏକ ଆଇନ ଭାବରେ ଆଣିବାକୁ ହେବ ବୋଲି କହିଛନ୍ତି ଗଡକରୀ ।

ବର୍ତ୍ତମାନ ସମୟରେ ୯୭ ପ୍ରତିଶତ ଟୋଲ କଲେକ୍ସନ ଅର୍ଥାତ ୪୦ ହଜାର କୋଟି ଟଙ୍କା ଫାସ ଟ୍ୟାଗ ଜରିଆରେ ଆସିଛି । ସେହିପରି ଫାସ ଟ୍ୟାଗ ବ୍ୟବହାର କରିନଥିବା ଲୋକ ସାମାନ୍ୟ ଟୋଲ ରେଟଠୁ ଅଧିକ ଟ୍ୟାକ୍ସ ଦେଇଛନ୍ତି ।