କନକ ନ୍ୟୁଜ ପ୍ରଭାବ: ଖବର ପ୍ରସାରଣର ୧୫ ଘଣ୍ଟା ଭିତରେ ଚେତିଲା ପ୍ରଶାସନ, ଢେଙ୍କାନାଳ ଜିଲ୍ଲାର କିଡନୀ ରୋଗରେ ପ୍ରଭାବିତ ଗାଁରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଟିମ

91

କନକ ବ୍ୟୁରୋ: କନକ ନ୍ୟୁଜ ପ୍ରଭାବ । ଖବର ପ୍ରସାରଣର ୧୫ ଘଂଟା ଭିତରେ କୀଡନି ରୋଗ ବ୍ୟାପୁଥିବା ଅଂଚଳରେ ପହଂଚିଲା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଓଡାପଡା ବ୍ଲକର ବିଭିନ୍ନ ଗାଁରେ ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଛି । ଦୂଷିତ ପିଇବା ପାଣି ଯୋଗୁଁ ରୋଗ ବ୍ୟାପୁଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରିବା ପରେ ଗତକାଲି ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । କାଲି ଖବର ପ୍ରସାରଣ ହୋଇଥିବା ବେଳେ ଆଜି ପ୍ରଭାବିତ ଅଂଚଳରେ ପହଂଚିଛି ସ୍ୱାସ୍ଥ୍ୟ ବିଭାଗ ଟିମ୍ । ଲୋକଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରାଯାଇଛି । ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ପୂର୍ବରୁ ମଧ୍ୟ ଗାଁରୁ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଛି । ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି ।