ବିଜେଡିର ଶେଷ ପ୍ରାର୍ଥୀ ତାଲିକା: କେଉଁଠି ଉତ୍ସାହ, କେଉଁଠି ନିରାଶ

745

କନକ ବ୍ୟୁରୋ: ବିଜେଡିର ଶେଷ ପ୍ରାର୍ଥୀ ତାଲିକା, କାହାକୁ ଖୁସି ଦେଇଛି ତ କାହାକୁ ଦୁଃଖ । ଖଣ୍ଡପଡ଼ା ପାଇଁ ଆଶାୟୀ ଥିବା ଅନୁଭବ ପଟ୍ଟନାୟକଙ୍କ ଟିକେଟ କଟିବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେପଟେ ନୀଳଗିରିରୁ ସୁକାନ୍ତ ନାୟକଙ୍କୁ ବିଜେଡି ମଇଦାନକୁ ଓହ୍ଳାଇବା ପରେ ବିଜେଡି ସହ ସମ୍ପର୍କ ଛିନ୍ନ କରିଛନ୍ତି ସନ୍ତୋଷ ଖଟୁଆ । ନିମାପଡ଼ାରେ ନିରାଶ ହୋଇଥିବା ସମୀର ଦାଶ ଆଶା କରୁଥିଲେ, ଚାପ ପକାଇ ଟିକେଟ ବଦଳାଇ ଦେବେ । ହେଲେ ସେମିତି କିଛି ହୋଇନଥିବାରୁ ଏବେ ସମୀରଙ୍କ ଆଗାମୀ ପଦକ୍ଷେପ କଣ ହେବ , ତା ଉପରେ ନଜର ରହିଛି ।

ବିଜୁ ଜନତା ଦଳ ଆଜି ତାର ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, ଦଳ ଛାଡିଛନ୍ତି ଅସନ୍ତୁଷ୍ଟ ଆଶାୟୀ । ଖଣ୍ଡପଡାରୁ ପ୍ରାର୍ଥୀ ହେବା ଆଶାରେ ଆଗୁଆ ନାମାଙ୍କନ ପତ୍ର ଆଣିଥିଲେ ଅନୁଭବ । ଆଉ ଆଶା ରଖିଥିଲେ ବିଜେଡି ତାଙ୍କୁ ଟିକେଟ୍ ଦେବ । ହେଲେ ଅନୁଭବଙ୍କୁ ଜବଦସ୍ତ ଝଟକା ଦେଇ ସାବିତ୍ରୀ ପ୍ରଧାନଙ୍କ ନାଁକୁ ଘୋଷଣା କରିଛି ବିଜୁ ଜନତା ଦଳ । ଭାପୁର ବ୍ଲକ ଅଧ୍ୟକ୍ଷା ଥିବା ସାବିତ୍ରୀ ପ୍ରଧାନଙ୍କୁ ସରପ୍ରାଇଜ ପ୍ରାର୍ଥୀ ଭାବେ ଆଗକୁ ଆଣିଛି ଦଳ । ଆଉ ଅନୁଭବଙ୍କ ଆଶା ମଉଳି ଯିବା ପରେ ବିଜେଡିକୁ ବାଏବାଏ କରିଛନ୍ତି । ଏପଟେ ଟିକେଟ୍ ଘୋଷଣା ହେଉହେଉ ତୁରନ୍ତ ଦଳ ଛାଡିବା ନେଇ ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଦୁଇ ଦୁଇଥର ତାଙ୍କ ଟିକେଟ୍ କଟିବା ବିଶେଷ ଆଘାତ ଦେଇଥିବା ଜଣାଇଛନ୍ତି ଅନୁଭବ ପଟ୍ଟନାୟକ ।

ନୀଳଗିରି ଆସନକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଆଜି ଦୂର କରିଛି ବିଜେଡି । ଏଠାରେ ସୁକାନ୍ତ ନାୟକ ଓ ସନ୍ତୋଷ ଖଟୁଆଙ୍କ ମଧ୍ୟରେ ଚାଲିଥିବା ଟିକେଟ ଲଢେଇରେ ବାଜି ମାରିନେଇଛନ୍ତି ସୁକାନ୍ତ ।
ସୁକାନ୍ତ ନାୟକ
୨୦୧୪ରେ ବିଜେଡିରୁ ବିଧାୟକ ହୋଇଥିଲେ
୨୦୧୯ରେ ବିଜେପିରୁ ଜିତିଥିଲେ ସୁକାନ୍ତ ନାୟକ
୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ମିଶିଥିଲେ
ସନ୍ତୋଷଙ୍କ ଟିକେଟ୍ କାଟି ସୁକାନ୍ତଙ୍କୁ ପ୍ରାର୍ଥୀ କରିଛି ବିଜେଡି

ଟିକେଟ କଟିବା ପରେ ବିଜେଡି ବିରୋଧରେ ବିଷୋଦଗାର କରିଛନ୍ତି ସନ୍ତୋଷ ଖଟୁଆ । ୨୦୧୯ରେ ସେ ସୁକାନ୍ତଙ୍କ ବିରୋଧରେ ଲଢି ହାରିଥିଲେ । ତଥାପି ଦଳର ସଂଗଠନକୁ ମଜଭୂତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିବା ଦାବି କରିଆସୁଥିଲେ । ଏବେ ଦଳ ଟିକେଟ କାଟିବା ପରେ ବିଜେଡିକୁ ନିଳଗୀରିରେ ଚେକ୍ ଦେବାକୁ ଖୋଲିଖୋଲି ଘୋଷଣା କରିଛନ୍ତି ସନ୍ତୋଷ ଓ ତାଙ୍କ ସମର୍ଥକ ।

ଅନୁଭବ ଓ ସନ୍ତୋଷ ବିଜେଡି ଛାଡିବା ପରେ ଏବେ କ’ଣ ହେବ ସମୀର ଦାଶଙ୍କ ଆଭିମୁଖ୍ୟ ତା ଉପରେ ନଜର ରହିଛି । କାରଣ ତିନି ଥରର ବିଧାୟକ ସମୀର ଦାଶଙ୍କ ଟିକେଟ୍ କାଟି ଏଥର ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେବେଠାରୁ ଦଳ ଉପରେ ଚାପ ପକାଇବାକୁ ଘନଘନ ବୈଠକ ଓ ରୋଡ ସୋ କରିଆସୁଛନ୍ତି ସମୀର । ନିଜର ପତିଆରା ଜାହିର କରିବା ସହ ଦଳ ତାର ନିଷ୍ପତିରେ ପରିବର୍ତନ କରିବାକୁ ଏକପ୍ରକାର ଚାପ ପକାଇ ଆସୁଛନ୍ତି । ହେଲେ ଶେଷ ପ୍ରାର୍ଥୀ ତାଲିକା ଘୋଷଣ ସହ ନିମାପଡାରେ କୌଣସି ପରିବର୍ତନ କରିନାହିଁ ଦଳ । ତେଣୁ ସମୀର ଏବେ ବିଦ୍ରୋହୀ ଭୂମିକାରେ ରହିବା ସହ ନିମାପଡାରେ ବିଜେଡିକୁ କ୍ଷତି ପହଂଚାଇବାକୁ ରଣନୀତି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନ