ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ପାଇଁ ବଢିଲା ଅଡୁଆ, ଜେରା ପାଇଁ ସିବିଆଇ ପଠାଇଲା ନୋଟିସ

282

କନକ ବ୍ୟୁରୋ : ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୁଲୱାମା ଆଟାକ ଉପରେ ଖୁଲାସା କରିଥିବା ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପାଇଁ ଅଡୁଆ ବଢିଛି । ତାଙ୍କୁ ଏବେ ସିବିଆଇ ସମନ କରିଥିବା ନିଜେ ସତ୍ୟପାଲ ମଲ୍ଲିକ କହିଛନ୍ତି । ଏନେଇ ଏବେ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ଆରମ୍ଭ ହୋଇଛି ।

ସୂଚନା ଥାଉକି କିଛିଦିନ ତଳେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୁଲୱାମା ଆକ୍ରମଣ ଉପରେ କିଛି ଖୁଲାସା କରିଥିଲେ । ପୁଲୱାମା ଆକ୍ରମଣ ଉପରେ ସତ୍ୟପାଲ ମଲ୍ଲିକ ଦେଇଥିବା ବୟାନକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ।