କର୍ଣ୍ଣାଟକ ଭିଡିଓ ସ୍କାଣ୍ଡାଲ ମାମଲାରେ ବଢ଼ିଲା ଅଭିଯୁକ୍ତଙ୍କ ଅଡୁଆ । ପ୍ରଜ୍ୱଳ ରେଭାନ୍ନାଙ୍କ ନାଁରେ ଲୁକଆଉଟ ନୋଟିସ, ଧାର୍ଯ୍ୟ ସମୟ ଭିତରେ ହାଜର ନହେଲେ ଗିରଫ ଆଶଙ୍କା

78

କନକ ବ୍ୟୁରୋ : ସମୟ ଗଡୁଛି ସମସ୍ୟା ବଢ଼ୁଛି । ଜେଡିଏସର ନିଲମ୍ବିତ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ନାଁରେ ଲୁକ ଆଉଟ ନୋଟିସ ଜାରି ହୋଇଛି । ଉଭୟ ପ୍ରଜ୍ୱଳ ଓ ଜେଡିଏସ ନେତା ଏଚଡି ରେଭାନ୍ନାଙ୍କୁ ଜେରା ପାଇଁ ସମନ ପଠାଇବା ସହ ୭ଦିନର ମହଲତ ଦେଇଛି ଏସଆଇଟି । ତେବେ ବାପା ପୁଅ ଅତିରିକ୍ତ ସମୟ ମାଗିବା ଆବେଦନକୁ ଖାରଜ କରିବା ସହ ଏସଆଇଟି ପକ୍ଷରୁ ଲୁକ ଆଉଟ ନୋଟିସ ଜାରି କରାଯାଇଛି । ପ୍ରଜ୍ୱଳ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ସେ ବେଙ୍ଗାଲୁରରେ ନାହାଁନ୍ତି ଓ ଖୁବ ଶିଘ୍ର ଜେରା ପାଇଁ ହାଜର ହେବେ ବୋଲି କହିଛନ୍ତି ।ସେପଟେ କର୍ଣ୍ଣାଟକରେ କଂଗ୍ରେସ ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ନିର୍ଦ୍ଦେଶ ପରେ ବି ପ୍ରଜ୍ୱଳ ହାଜର ନହୁଅନ୍ତି ତେବେ ଗିରଫ କରାଯିବ ।

ପ୍ରଜ୍ୱଳଙ୍କ ନାଁରେ ଲୁକ୍ଆଉଟ ନୋଟିସ
-ଏପ୍ରିଲ ୨୪ରେ ପ୍ରଜ୍ୱଳଙ୍କ ଘରୋଇ ସହାୟିକା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ
– ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ସହେନ୍ଦକୁ ଆସିଥିଲେ ପ୍ରଜ୍ୱଳ
-ଏପ୍ରିଲ ୨୭ରେ ବିଦେଶକୁ ସେ ଫେରାର ହୋଇଥିଲେ
-ଏପ୍ରିଲ ୨୮ରେ ମାମଲା ରୁଜୁ ହୋଇଥିଲା
-ମେ ୨ରେ ଲୁକ ଆଉଟ ନୋଟିସ ଜାରି
-ଯୌନଶୋଷଣ ମାମଲାରେ ଏବେ ସୁଦ୍ଧ ୩ହଜାରରୁ ଅଧିକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇସାରିଛି

ସେପଟେ ମାମଲାରେ ଆଉ ଏକ ଟୁଇଷ୍ଟ ଆସିଛି । ପ୍ରଜ୍ୱଳଙ୍କ ଅଶ୍ଳୀଳ ଭିଡିଓ ଲିକ କରିଥିବା କାର ଡ୍ରାଇଭର ମାଲେସିୟାରେ ଲୁଚିଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ । ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖି ପ୍ରଜ୍ୱଳଙ୍କ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ବ୍ୟବହୃତ ପାସପୋର୍ଟକୁ ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି । କଂଗ୍ରେସ କହିଛି ପୂରା ଘଟଣା ବାବଦରେ ବିଜେପି ଜାଣିଥିଲା ତଥାପି ଭୋଟବ୍ୟାଙ୍କ ରାଜନୀତି ପାଇଁ ଜେଡିଏସ ସହ ମେଂଟ କରିଛି ।