୬ ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା: ସବୁ ଆସନରେ ନୂଆମୁହଁ

283

କନକ ବ୍ୟୁରୋ: ବିଜେପିର ୬ଟି ଆସନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସବୁ ଆସନରେ ନୂଆ ଚେହେରା ସୁଯୋଗ ଦେଇଛି ଦଳ । କଟକ ବାରବାଟୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଆଜିର ଟିକେଟ ଘୋଷଣା ପରେ ନିରାଶ ହୋଇଛନ୍ତି ଅନୁଭବ ମହାନ୍ତି ଓ ଦେବାଶିଷ ନାଏକ । ବରୀରୁ ଦେବାଶିଷ ଟିକେଟ ଆଶାୟୀ ଥିଲେ ।

ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଘୋଷିତ ୬ ଆସନରେ ନୂଆମୁହଁକୁ ସୁଯୋଗ ଦେଇଛି ଦଳ । ଘଷିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର , ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାଏକ, ବରୀରୁ ଉମେଶ ଚନ୍ଦ୍ର ଜେନା , ବାରବାଟୀ-କଟକରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବେଗୁନିଆରୁ ପ୍ରକାଶ ଚନ୍ଦ୍ର ରଣବିଜୁଳି ପ୍ରାର୍ଥୀ ହୋଇଛନ୍ତି ।

ଅଭିନେତା ଅନୁଭବ ମହାନ୍ତି ନିରାଶ
ଦେବାଶିଷ ନାଏକଙ୍କୁ ବି ମିଳିଲାନି ଟିକେଟ
ସବୁଠାରୁ ବଡ କଥା ହେଲା, କଟକ-ବାଟବାଟୀରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଟିକେଟ ମିିଳିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଛି । କେନ୍ଦ୍ରପଡାରୁ ସାଂସଦ ଥିବା ଅନୁଭବ ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । କଟକ-ବାରବାଟୀରେ ଏବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ମୁକାବିଲା କଂଗ୍ରେସର ସୋଫିଆ ଫିର୍ଦ୍ଦୋସ, ବିଜେଡିର ପ୍ରକାଶ ବେହେରାଙ୍କ ସହ ହେବ । ..ସେହିଭଳି ବରୀରେ ନିରାଶ ହୋଇଛନ୍ତି ଦେବାଶିଷ ନାଏକ । ନିକଟରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଦେବାଶିଷ ନାଏକ ବିଜେଡିର ବରିଷ୍ଠ ନେତା ଥିଲେ । କିନ୍ତୁ ଦଳରେ ତାଙ୍କୁ ଅଣଦେଖା ଅଭିଯୋଗ କରି ସେ ଦଳ ଛାଡିଥିଲେ ।

୧୪୭ ଆସନ ମଧ୍ୟରୁ ଏବେ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । କୁହାଯାଉଛି, ଏହି ଆସନରୁ ସନ୍ତୋଷ ଖଟୁଆ ବିଜେପି ପ୍ରାର୍ଥୀ ହୋଇପାରନ୍ତି । ବିଜେଡିରୁ ଟିକେଟ ନ ମିଳିବା ପରେ ସେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ।