ବାତ୍ୟା ‘ଜୱାଦ’ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର: ୧୨ ଫୁଟ ଉଚ୍ଚର ଜୁଆର ଆସିବା ସମ୍ଭାବନା

225

କନକ ବ୍ୟୁରୋ: ବାତ୍ୟା ଜୱାଦ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଆସନ୍ତାକାଲି ସମୁଦ୍ରରେ ୧୨ ଫୁଟ ଉଚ୍ଚର ଜୁଆର ଆସିବାର ସମ୍ଭାବନା । ଅମାବାସ୍ୟା ହୋଇଥିବାରୁ ଜୁଆରିଆ ରହିବ ସମୁଦ୍ର । ରବିବାର ମଧ୍ୟାହ୍ନ ବେଳକୁ ୧.୫ ଫୁଟ ଉଚ୍ଚର ଜୁଆର ସମ୍ଭାବନା ରହିଛି । ଜୁଆର ଯୋଗୁଁ ଉପକୂଳବର୍ତ୍ତୀ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ।

ବାତ୍ୟା ଏବେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଗତି କରୁଥିବାବେଳେ ଆସନ୍ତା ୫ ତାରିଖ ବେଳକୁ ଏହା ଉପକୂଳ ଛୁଇଁପାରେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଉଥିବାବେଳେ, ବାତ୍ୟା ଜୱାଦ ଏବେ ପୁରୀ ଉପକୂଳଠାରୁ ମାତ୍ର ୫୩୦ କିଲୋମିଟର ଦୂରରେ ଅଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ଜୱାଦ ଏବେ ଗୋପାଳପୁରଠାରୁ ୪୭୦ ଓ ପାରାଦୀପଠାରୁ ୬୦୦ କିଲୋମିଟର ଦୂରରେ ରହିଛି ।