ନେତା ବୁଣିଲେ ଅଖିମୁଠି । ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ, ଚୌଦ୍ୱାରରେ ସନ୍ତୃପ୍ତ ମିଶ୍ର ବୁଣିଲେ ଅଖିମୁଠି

67

କନକ ବ୍ୟୁରୋ : ଅକ୍ଷୟ ତୃତୀୟା ଅବସରରେ ବିଲରେ ଅଖି ମୁଠି ଅନୁକୂଳ କରିଛନ୍ତି ନେତା । ନିର୍ବାଚନ ପାଇଁ ପ୍ରଚାର ଚାଲିଛି । ଏହି ସମୟରେ ନେତାମାନେ ଆଜି ସକାଳୁ ସକାଳୁ ବିଲକୁ ଯାଇ ଅଖି ମୁଠି ଅନୁକୂଳ କରୁଛନ୍ତି ।

ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କ ଅଖିମୁଠି ଅନୁକୁଳ । ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଅକ୍ଷୟ ତୃତୀୟ ଅବସରରେ ହୀରାକୁଦରେ ଅଖିମୁଠି ଅନୁକୂଳ କରିଛନ୍ତି । ପାରମ୍ପରିକ ପଦ୍ଧତିରେ ଧୋତି ପିନ୍ଧି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଢେରୋ-ପାଣି ଗାଁରେ ପୂଜା ପରେ ଜମିରେ ଲଙ୍ଗଳ ଧରି ହଳ କରିଛନ୍ତି ପ୍ରଣବ । ସେହିପରି ହୀରାକୁଦର ସାପ ଲହରା ଗାଁରେ ଅଖିମୁଠି ଅନୁକୂଳ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ମଧ୍ୟ ବିଲରେ ବିହନ ବୁଣିଛନ୍ତି । ପ୍ରଧାନସାହି ପଂଚାୟତ କଂଟିଲୋ ଗାଁରେ ଅଖି ମୁଠି ଅନୁକୂଳ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଏବଂ ସୁର ରାଉତରାୟ । ସୁର ଧାନ ବୁଣୁଥିବା ବେଳେ ବିଭୂତି ବଳବନ୍ତରାୟ ହଳ କରୁଥିବା ଦେଖିବାକୁ ମିଳିଛି ।.. ସେପଟେ ଭୁବନେଶ୍ୱର ଉପକଣ୍ଠ ଇଂଜଣା ଠାରେ ଅଖିମୁଠି ଉତ୍ସବରେ ସାମିଲ ହୋଇଥିଲେ ସୁରଙ୍କ ପୁଅ ତଥା ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ମନ୍ମଥଙ୍କ ସାଥିରେ ଥିଲେ ଉତର ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ।

ଅକ୍ଷୟ ତୃତୀୟ ଅବସରରେ ଚାଷୀ ତାର ଅଖିମୁଠି ଅନୁକୁଳ କରିଛି । କଟକ ସଂସଦୀୟ କ୍ଷେତ୍ର ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳି ଆଗ୍ରାହାଟ ପଂଚାୟତର କୁଜିବର ଗାଁରେ ପୂଜାର୍ଚ୍ଚନା କରିଛନ୍ତି ବିଜେଡି କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର । ବାବା ସାଧୁସୁନ୍ଦର ପୀଠରେ ପହଂଚି ଗୁଆ ବସାଇ ପୂଜା କରିବା ପରେ ବିଲକୁ ଯାଇ ବିହନ ବୁଣିଛନ୍ତି ସଂତୃପ୍ତ ମିଶ୍ର ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ସେପଟେ ବିଜୁ କୃଷକ ଜନତା ଦଳ ପକ୍ଷରୁ ଆଠଗଡ ବ୍ଳକ ଖୁଂଟକଟା ଗାଁରେ ଅଖିମୁଠି ଅନୁକୁଳ କରିଛନ୍ତି କୃୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବହୁ ଆଡମ୍ବରରେ ଭୂମି ପୁୂଜନ କରାଯିବା ସହିତ ଅଖିମୁଠି ଅନୁକୁଳ କରାଯାଇଛି ।

ଓଡିଆଙ୍କ କୃଷି ଭିତର ପର୍ବ ଅକ୍ଷୟ ତୃତୀୟ ଅବସରରେ ପୂଜାର୍ଚ୍ଚନା କରିଛନ୍ତି ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ । ପିପିଲି ସ୍ଥିତ ଦୁର୍ଗାଦାସପୁର ପଂଚାୟତ କାଜିପାଟଣା ରୁଦ୍ର ମହାରଥୀ,ଧରିତ୍ରୀ ମା’କୁ ପୂଜା କରିବା ପରେ ଜମିକୁ ଯାଇ ବିଧି ଅନୁସାରେ ବିହନ ବୁଣି ଅଖିମୁଠି ଅନୁକୁଳ କରିଛନ୍ତି ।