ଜର୍ମାନୀଠୁ ୪-୨ ଗୋଲରେ ହାରିଲା ଭାରତ: ଜୁନିୟର ହକି ବିଶ୍ୱକପରେ ଶେଷ କଲା ନିଜ ଅଭିଯାନ

111

କନକ ବ୍ୟୁରୋ: ବିଶ୍ଵକପ ଲଢେଇରେ ଭାରତର ଅଭିଯାନ ଶେଷ। ଭାରତର ଶୋଚନୀୟ ପରାଜୟ । ଜର୍ମାନୀ ଠୁ ୪-୨ ଗୋଲରେ ହାରିଲା ଭାରତ । ଜର୍ମାନୀ ତରଫରୁ ପ୍ରଥମ କ୍ଵାଟରରେ ହିଁ ଗୋଟିଏ ଗୋଲ ଦେଇ ଭାରତକୁ ବ୍ୟାକଫୁଟକୁ ନେଇ ଯାଇଥିଲା ଏବଂ ଏହାପରେ ଦ୍ଵିତୀୟ କ୍ୱାଟରରେ ଆଉ ତିନୋଟି ଗୋଲ ଦେଇ କମବ୍ୟାକ୍ କରିବାର ସୁଯୋଗ ଦେଇନଥିଲା ।

ଭାରତ ତରଫରୁ ଉତ୍ତମ ସିଂହ ଗୋଟିଏ ଗୋଲ ଦେଇଥିବା ବେଳେ ଶେଷ ମିନିଟରେ ଆଉ ଏକ ଗୋଲ ଦେଇଥିଲେ ବବି ସିଂହ । ଏହା ସହିତ ଭାରତର ବିଶ୍ଵକପ ପାଇଁ ଲଢେଇ ଅଭିଯାନ ସରିଛି।ଆଗାମୀ ୫ ତାରିଖରେ ବ୍ରୋଞ୍ ପାଇଁ ସ୍ପେନ ସହିତ ଲଢେଇ କରିବ ଭାରତ। ଏହା ସହିତ ଫାଇନାଲରେ ନିଜ ସ୍ଥାନ ପକ୍କା କରିବା ସହିତ ଅର୍ଜଣ୍ଟିନା ବିପକ୍ଷରେ କପ୍ ପାଇଁ ଲଢେଇ କରିବ ଜର୍ମାନୀ।