ଆସୁଛନ୍ତି ମୋଦୀ, ରାତିରେ ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ମେଗା ସୋ । ମୋଦୀଙ୍କ ଝଲକ ପାଇଁ ବଢୁଛି ଉତ୍ସାହ । ସୁରକ୍ଷା ବଳୟରେ ରାଜଧାନୀ

78

କନକବ୍ୟୁରୋ:ପ୍ରଚାରରେ କମ୍ପିବ ରାଜଧାନୀ ଭୁବନେଶ୍ୱର । ଆରପାର ଲଢେଇ ଭିତରେ ଆଜି ସଂନ୍ଦ୍ୟାରେ ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମ ମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ମେଗା ରୋଡ ଶୋ କରି ଦମ ଦେଖାଇବେ ମୋଦୀ । ରାଜ୍ୟରେ କ୍ଷମତା ଦଖଲ ସହ କେନ୍ଦ୍ରରେ ୪୦୦ ପାରର ନାରା ନେଇ ଗୋଟିଏ ସପ୍ତାହରେ ଦୁଇ ଦୁଇଥର ଓଡିଶା ଆସିବା ପରେ ଶୁକ୍ରବାର ପୁଣି ଆସୁଛନ୍ତି ମୋଦୀ ।

ରାଜଧାନୀ ଭୁବନେଶ୍ୱରରେ କରିବେ ମେଗା ରୋଡ ସୋ । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସିଧା ପାର୍ଟି ଅଫିସରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ’ରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି କରିଛି ରାଜ୍ୟ ବିଜେପି । ଭୁବନେଶ୍ୱରରେ ଆଜି ରାତ୍ରୀଯାପନ କରି ଶନିବାର କନ୍ଧମାଳ, ବରଗଡ ଏବଂ ବଲାଙ୍ଗୀରରେ ବିଶାଳ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିବେ ମୋଦୀ ।