ବାଲେଶ୍ୱର ଲୋକସଭା ଆସନ ପାଇଁ ସ୍ୱାଧୀନ ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଖାରବେଳ ସ୍ୱାଇଁ । ୪ ହଜାର ଭୋଟରେ ବିଜୟୀ ହେବା ନେଇ କଲେ ଦମ୍ଭୋକ୍ତି ପ୍ରକାଶ ।

352

କନକବ୍ୟୁରୋ :ଶେଷରେ ବାଲେଶ୍ୱର ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଖାରବେଳ ସ୍ୱାଇଁ । ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସେ ଦାବି କରିଛନ୍ତି ଯେ ୪ ହଜାର ଭୋଟରେ ସେ ବିଜୟୀ ହେବେ । ଖାରବେଳ ସ୍ୱାଇଁ ବିଜେପିରୁ ଟିକେଟ୍ ପାଇଁ ଦାବି କରୁଥିଲେ । ହେଲେ ଦଳ ଏବେର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ଏହାପରେ ଦଳର ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଥିଲେ ।

ଶେଷରେ ଆଜି ଖାରବେଳ ସ୍ୱାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଲେଶ୍ୱରରୁ ପୂର୍ବରୁ ଖାରବେଳ ସ୍ୱାଇଁ ସାଂସଦ ଥିଲେ । ତେଣୁ ସେ ଦଳୀୟ ଟିକେଟ୍ ମାଗୁଥିଲେ । ଗତଥର ଖାରବେଳ କନ୍ଧମାଳ ଲୋକସଭାରୁ ପ୍ରାର୍ଥୀ ହୋଇ ବିଜେଡିର ଅଚ୍ୟୁତ ସାମନ୍ତଙ୍କଠୁ ପରାଜିତ ହୋଇଥିଲେ । ବାଲେଶ୍ୱର ଲୋକସଭା ଆସନ ପାଇଁ ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାର, ବିଜେପିରୁ ପ୍ରତାପ ଷଡଙ୍ଗୀ ଏବଂ କଂଗ୍ରେସରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ଶ୍ରୀକାନ୍ତ ଜେନା ।