ନିର୍ବାଚନ ପାଇଁ ରାଜ୍ୟରେ ଜୋର ହେଲାଣି ସଜବାଜ: ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍

621

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏହି କ୍ରମରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆସନ୍ତାକାଲି ଭୁବନେଶ୍ୱର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ ଏହି ଟିମ୍ । ଯଦିଓ ନିର୍ବାଚନ ପାଇଁ ବିଧିବନ୍ଧ ଭାବେ ତାରିଖ ଘୋଷଣା ହୋଇନଥିବା ବେଳେ ନିର୍ବାଚନ ଆୟୋଗର ପ୍ରସ୍ତୁତି ରାଜନୀତିର ଖୋରାକ୍ ଯୋଗାଇଛି ।

ସାଧାରଣ ନିର୍ବାଚନରର ବହୁ ପୂର୍ବରୁ ନିର୍ବାଚନ ପ୍ରସ୍ତତିକୁ ନେଇ ବଡ଼ଧରଣର କସରତ ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲି ବସୁଛି ନିର୍ବାଚନୀ ପ୍ରସ୍ତୁତି ବୈଠକ । ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିିବେ ନିର୍ବାଚନ ଆୟୋଗଙ୍କ ଟିମ୍ । ବୈଠକରେ ଭୋଟର ତାଲିକା ପ୍ରସ୍ତୁତି ନେଇ ହେବ ଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ହେବ ଚର୍ଚ୍ଚା । କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ ଓଡ଼ିଶା ଆସିବା ଖବର ଓଡ଼ିଶା ରାଜନୀତିକୁ ପୁଣି ଥରେ ଚଳଚଂଳ କରିଦେଇଛି ।

ଗୋଟିଏ ପରେ ତିନି ପ୍ରମୁଖ ଦଳର ରାଜନେତା ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ନିର୍ବାଚନ ଆୟୋଗର ପ୍ରୟାସ ମାହୋଲକୁ ସରଗମର କରିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି- ଆଗୁଆ ନିର୍ବାଚନ ଓ ୱାନ ନେସନ୍ ୱାନ୍ ଇଲେକ୍ସନ୍ ଚର୍ଚ୍ଚା ଭିତରେ ଲୋକ ବର୍ତ୍ତମାନ ଦ୍ୱନ୍ଦ୍ୱରେ ଅଛନ୍ତି । ସେହି ଆଶଙ୍କାରେ ସବୁ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି । ଏପଟେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି- ନିର୍ବାଚନ ଆୟୋଗର କାମ । ତେବେ ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ ।

ରାଜ୍ୟରେ ଇଭିଏମ୍ ପହଂଚି ସାରିଥିବା ବେଳେ ପୂର୍ବରୁ ୯ଜିଲ୍ଲା ପାଇଁ ଭିଭିପ୍ୟାଡ୍ ପହଂଚି ସାରିଛି । ଅକ୍ଟୋବରରେ ଇଭିଏମ୍ର ପ୍ରଥମ ପର୍ଯ୍ୟୟ ଚେକିଂ ହେବ । ତେବେ ନିର୍ବାଚନ ଆୟୋଗଙ୍କ ଟିମ୍ର ଓଡ଼ିଶା ଗସ୍ତ ରାଜନୀତିର ମାହୋଲକୁ ପୁଣି ଥରେ ସରଗମର କରିଦେଇଛି ।