ରାଜ୍ୟ ସରକାରଙ୍କ ବନ୍ୟାକ୍ଷୟ କ୍ଷତି ରିପୋର୍ଟ ଜାରି, ଭାଙ୍ଗିଲା ୧୪ ହଜାରରୁ ଅଧିକ ଘର। 

89

କନକ ବ୍ୟୁରୋ: ରାଜ୍ୟରେ ବନ୍ୟାରେ ଭାଙ୍ଗିଲା ୧୪ ହଜାର ଘର । ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଜାରି ହୋଇଛି । ପ୍ରବଳ ବର୍ଷା ଓ ବନ୍ୟାରେ ରାଜ୍ୟରେ ୧୪ ହଜାର ଘର ଭାଙ୍ଗିଛି । ମୋଟ ୧୪,୨୩୫ଟି ଘର ଭାଙ୍ଗିଥିବା ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି । ୧ ଲକ୍ଷ ୨୬ହଜାର,୧୬୨ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୨୮ ହଜାର ହେକ୍ଟର ମାଛପୋଖରୀ, ୧୨୩୬ ଗୁହାଳ କ୍ଷତିଗ୍ରସ୍ତ । ସେହିଭଳି ଘର ନିର୍ମାଣ, କୃଷି ସହାୟତା ଆଦି ପାଇଁ ୧୨୮.୫୮ କୋଟି ଟଙ୍କା ମଞ୍ଜୁର ହୋଇଛି ।