ଉତ୍କଟ ହେବାରେ ଲାଗିଛି ଶ୍ରୀଲଙ୍କା ଆର୍ଥିକ ସଂକଟ: ସମସ୍ୟା ଭିତରେ ଦେଶରୁ ଏମରଜେନ୍ସି ଉଠାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ

107

କନକ ବ୍ୟୁରୋ: ଶ୍ରୀଲଙ୍କାରେ ବିଗୁଡୁଥିବା ଆର୍ଥିକ ସଂକଟ ଭିତରେ ମଙ୍ଗଳବାର ଅଧ ରାତିରେ ଦେଶରୁ ଏମନଜେନ୍ସି ଉଠାଇ ଦେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଲୋକଙ୍କ ଆକ୍ରୋଷ ଓ ସରକାର ସଠିକ୍ ଭାବେ ପରିଚାଳିତ ହେଉନଥିବା ଭିତରେ ରାତି ଅଧିଆ ଜରୁରୀକାଳିନ ପରିସ୍ଥିତିକୁ ଉଟାଇ ଦେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ଏହାପରେ ନାଗରିକଙ୍କ ଆନ୍ଦୋଳନ ଆହୁରୀ ତୀବ୍ର ହୋଇଛି ।..

ଭୟଙ୍କର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଏହାରି ଭିତରେ ୫ ଦିନ ପରେ ଦେଶରୁ ଜରୁରୀକାଳୀନ ସ୍ଥିତିକୁ ଉଠାଇ ଦେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ମଙ୍ଗଳବାର ରାତି ଅଧରେ ଦେଶରୁ ଏମରଜେନ୍ସି ଉଠାଇ ଦିଆଯାଇଛି । ଗତ ଏପ୍ରିଲ ୧ ତାରିଖରେ ଶ୍ରୀଲଙ୍କା ଏମରଜେନ୍ସି ଲାଗୁ ହୋଇଥିଲା । ଜରୁରୀକାଳିନ ସ୍ଥିତି ଓ କର୍ଫ୍ୟୁ ପରେ ବି ସରକାରଙ୍କୁ ତୀବ୍ର ବିରୋଧର ସାମ୍ନା କରିବାକୁ ପଡିଥିଲା । ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ରାଜଧାନୀ କଲମ୍ବୋରେ ରାଜରାସ୍ତାକୁ ଓହ୍ଲାଇ କରିଥିଲେ ପ୍ରତିବାଦ । ସମସ୍ୟା ଘେରରେ ଫଶିଥିବା ରାଜପକ୍ଷ ସରକାର ।

– ଏମରଜେନ୍ସି ଅଧ୍ୟାଦେଶ ୫ ଏପ୍ରିଲ ରାତି ଅଧିରେ ଉଠାଇ ଦେଇଛନ୍ତି ।
– ନୱେର୍, ଇରାକ ଓ ଅଷ୍ଟ୍ରେଲିଆରେ ନିଜ ଦୂତବାସ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି ।
– ଶ୍ରୀଲଙ୍କାର ପୂର୍ବତନ ଅର୍ଥ ସଚିବ ନନ୍ଦଲାଲ ବୀରସିଂଘେ ଏପ୍ରିଲ ୭ ତାରିଖରୁ ସେଂଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ୱ ନେବେ ।

ଶ୍ରୀଲଙ୍କାରେ ଆର୍ଥିକ ସମସ୍ୟା ଦିନକୁ ଦିନ ଗମ୍ଭୀର ରୂପ ନେବାରେ ଲାଗିଛି । ଦେଶରୁ ଏମରଜେନ୍ସି ଉଠାଇ ଦିଆଯିବା ପରେ ଲୋକଙ୍କ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି । ହାତରେ ପ୍ଲା କାର୍ଡ ଧରି ଚୀନ ବିରୋଧରେ ନାରାବାଜି କରୁଥିବା ନଜର ଆସିଛନ୍ତି ଶ୍ରୀଲଙ୍କା ନାଗରିକ ।

ସେପଟେ ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀର ଘୋର ସଂକଟ ଦେଖିବାକୁ ମିଳିଛି । ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ଆକାଶଛୁଆଁ ହୋଇଛି । ଫଳରେ ଲୋକେ ଉତ୍ୟକ୍ତ ହୋଇ ପ୍ରତିବାଦ କରିବାକୁ ଓହ୍ଲାଇଛନ୍ତି । ସେପଟେ ଦେଶରେ ନ୍ୟୁନତମ ସ୍ୱାସ୍ଥ୍ୟସେବା ପାଇବାରେ ବଂଚିତ ହେଉଛନ୍ତି ଲୋକେ । ସରକାରୀ ଡାକ୍ତରଖାନା ବାହାରେ ରୋଗୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଲୋକଙ୍କୁ ଔଷଧପତ୍ର ବି ମିଳୁ ନଥିବା ଅଭିଯୋଗ ହୋଇଛି ।

ସମସ୍ୟା ଘେରରେ ଥିବା ଶ୍ରୀଲଙ୍କାକୁ ସହାୟତା ଯୋଗାଇଛି ଭାରତ । ଯାହାକୁ ନେଇ ଦେଶରେ ତୈଳ ଜନିତ ସମସ୍ୟାର କିଛି ମାତ୍ରାରେ ସମାଧାନ ହୋଇଛି । ଫଳରେ ୬ ଏପ୍ରିଲରୁ ୮ ଏପ୍ରିଲ ପର୍ଯ୍ୟନ୍ତ ଶ୍ରୀଲଙ୍କାର ୧୨, ୧୩ ଘଂଟା ପରିବର୍ତେ ସାଢେ ଘଂଟା ବିଦ୍ୟୁତ କାଟ ହେବ ।