ଭାରତକୁ ଆସିଲା ସ୍ଫୁଟନିକ-ଭି ଟିକା । ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରେ ପହଁଚିଲା ଦେଢ଼ ଲକ୍ଷ ଡୋଜ୍ । ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ ।

130

କନକ ବ୍ୟୁରୋ: ଭାରତ ଆସିଲା ସ୍ଫୁଟନିକ୍-ଭି ଟିକା । ମସ୍କୋରୁ ଆସି ହାଇଦ୍ରାବାଦରେ ପହଁଚିଛି ଟିକାର ଦେଢ଼ ଲକ୍ଷ ଡୋଜ୍ । ଚଳିତ ମାସରେ ଆଉ ୩ଲକ୍ଷ ଡୋଜ୍ ଆସି ପହଁଚିବ । ଟିକା ହାଇଦ୍ରାବାଦରେ ପହଁଚିବା ପରେ ଋଷିୟ ଟିକା ନିର୍ମାତା କମ୍ପାନୀ ସହ ବୁଝାମଣା କରିଥିବା ଭାରତୀୟ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀ ଲ୍ୟାବୋରେଟୋରୀକୁ ଏହି ଟିକା ପ୍ରଦାନ କରାଯାଇଛି । ଅନୁମତି ମିଳିବା ପରେ ଟିକା ବଂଟନ କରାଯିବ । ଏହି ଟିକାକୁ ଭାରତରେ ବ୍ୟବହାର କରିବା ପାଇଁ ଗତ ୧୩ ତାରିଖରେ ଅନୁମତି ଦେଇଥିଲା ଡ୍ରଗ୍ସ କଂଟ୍ରୋଲର ଅଫ୍ ଇଣ୍ଡିଆ ।

୬୦ତମ ଦେଶ ଭାବେ ଏହି ଟିକାକୁ ଅନୁମତି ଦେଇଛି ଭାରତ । ଫାଇଜର ଓ ମଡର୍ଣ୍ଣା ପରେ ସ୍ଫୁଟନିକ-ଭି ଟିକା କରୋନା ବିରୋଧରେ ୯୦ ପ୍ରତିଶତ ପ୍ରବାଭି ବୋଲି ଦାବି କରୁଛନ୍ତି ନିର୍ମାତା କମ୍ପାନୀ । ଟିକା ଅଭାବକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଥିବାବେଳେ ସ୍ଫଟନିକ ଭି କିଛି ମାତ୍ରାରେ ଏହି ଅଭାବ ପୂରଣରେ ସହାୟକ ହେବ ବୋଲି କୁହାଯାଉଛି ।