କନକ ବ୍ୟୁରୋ: ରାଜଧାନୀରେ ଏବେ ପ୍ରତିଦିନ ବଢିବାକୁ ଲାଗିଛି କରୋନା ସଂକ୍ରମଣ । ଗତ ୩/୪ ଦିନ ହେଲା ଭୁବନେଶ୍ୱରରୁ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥିତିରେ ରାଜଧାନୀରେ କେବଳ ୧୦ ପ୍ରତିଶତ ଆଇସିୟୁ ବେଡ୍ ଫାଙ୍କା ଅଛି । କୋଭିଡ୍ ସମ୍ପର୍କୀତ ସୂଚନା ଦେଇ ଆଜି ଏଭଳି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ।
ଭୁବନେଶ୍ୱରର କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ପ୍ରେସମିଟ୍
ଗତ ଦୁଇ ତିନି ଦିନ ହେଲା ଭୁବନେଶ୍ୱରରୁ ଏକ ହଜାର ପାଖାପାଖି କେସ୍ ଆସୁଛି
'ଏବେ ଆମ ପାଖରେ ୩୫୫୩ ବିଭିନ୍ନ ବିଭାଗର ବେଡ୍ ଅଛି'
୫୩୧ ଆଇସିୟୁ, ୮୩୬ ଏଚଡିୟୁ, ୨୧୮୬ ସାଧାରଣ ବେଡ୍ ରହିଛି
ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି@bmcbbsrpic.twitter.com/QLlbOwT2RE— Kanak News (@kanak_news) May 1, 2021
ତାଙ୍କ କହିବା ମୁତାବକ, ଭୁବନେଶ୍ୱରରେ ଏବେ ୯୦ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି ଅଛି । ତା ସହିତ ୫୦ ପ୍ରତିଶତ ଏଚଡିୟୁ ଏବଂ ସାଧାରଣ ବେଡ୍ ମଧ୍ୟ ଫାଙ୍କା ଅଛି ବୋଲି ବିଏମସି କମିଶନର କହିଛନ୍ତି । ଅନ୍ୟପଟେ ଭୁବନେଶ୍ୱରରୁ ଏବେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେ ଭିତରୁ ପ୍ରାୟତଃ ୮୫ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି ।
ଅନ୍ୟପଟେ ଆସନ୍ତା ସୋମବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ସାବାଳକ ଟିକାକରଣ । ଏଥିପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଲୋକମାନେ ରେଜିଷ୍ଟ୍ରେସନ କରିବା ପରେ ନିଜର ସିଡ୍ୟୁଲ କରି ଆସି ଟିକା ନେଇପାରିବେ । ଏଥିପାଇଁ ଆଜି କିଛି ଟିକାକେନ୍ଦ୍ରରେ ଟିକାର ଡ୍ରାଏରନ୍ ହୋଇଛି ।