ଅତାବିରାରେ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍ । କହିଲେ, ମିଛ କହିବାରେ ସେମାନେ ମାହିର । ନିର୍ବାଚନ ସମୟରେ ହିଁ କେବଳ ଦେଖାଯାଆନ୍ତି ।

75

କନକ ବ୍ୟୁରୋ : ଅତାବିରାରୁ ବିରୋଧୀଙ୍କ ଉପରେ ବର୍ଷିଲେ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିରୋଧୀମାନେ ମିଛ କହିବାରେ ମାହିର, ସେମାନେ ମିଛ କହିବାର ସୀମା ବି ଜାଣିପାରୁନାହାଁନ୍ତି । କେଉଁଠି କଣ କହୁଛନ୍ତି, ତାହା ମଧ୍ୟ ଜାଣିପାରୁନାହାଁଁନ୍ତି ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ପାଇଁ ରାଜନୀତିକୁ ଆସିଥିବେଳେ, ବିରୋଧୀମାନେ ଜିତିବାକୁ ଅପପ୍ରଚାର କରୁଥିବା କହିଛନ୍ତି ଭିକେ ପାଣ୍ଡିଆନ୍ ।

ଏଥିସହ ୨୦୧୪ରେ ମଧ୍ୟ ବିିରୋଧୀ ନିଜର ଇସ୍ତାହାରରେ ଧାନ ଦାମ ଦୁଇଗୁଣା କରିବାକୁ କହିଥିଲେ । ଏଥର ମଧ୍ୟ ସେହି କଥା କହିଛନ୍ତି । ସେମାନେ କେବଳ କଥା କୁହନ୍ତୁି, ମୁଖ୍ୟମନ୍ତ୍ରୀ କିନ୍ତୁ କାମରେ କରିକି ଦେଖାନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ତାଙ୍କୁ କେବଳ ନିର୍ବାଚନ ସମୟରେ ଦେଖିବାକୁ ମିଳିବ । ସେ ସମୟରେ ସେ ବଡ ବଡ କଥା କହିବେ, ମିଠା କଥା କହିବେ । ହେଲେ ଇଲେକ୍ସନ ସରିଲେ କେଉଁଠି ବି ମିଳିବେନି । ଆଜିକାଲି ତାଙ୍କୁ ଫେଭିକଲ୍ ଲଗାହେଇଛି, ସମ୍ବଲପୁରରେ ବସିଛନ୍ତି । ନହେଲେ ଇଲେକ୍ସନ ଆସିଲେ ସେ ଏଇଠି, ସେଇଠି ବୁଲନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ । ଶେଷରେ ଅତାବିରା ବିଜେଡି ପ୍ରାର୍ଥିନୀ ସେହ୍ନାଙ୍ଗିନୀ ଛୁରିଆ ଏବଂ ବରଗଡ ବିଜେଡି ଲୋକସଭା ପ୍ରାର୍ଥୀଙ୍କୁ ପାଇଁ ଭୋଟ୍ ଭିକ୍ଷା କରିଥିଲେ ଭି.କେ ପାଣ୍ଡିଆନ୍ ।