ନୟାଗଡରେ ହେବ ଦମଦାର ଲଢେଇ । ବିଜେଡିର ଅରୁଣ ସାହୁ ବନାମ ବିଜେପିର ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ହେବ ବିଗ ଫାଇଟ୍ ।

574

କନକବ୍ୟୁରୋ : ଚଳିତ ନିର୍ବାଚନରେ ନୟାଗଡରେ ହେବ ବିଗ୍ ଫାଇଟ୍ । ବିଜେଡିର ହେଭିୱେଟ୍ ନେତା ଅରୁଣ ସାହୁଙ୍କୁ ଟକ୍କର ଦେଉଛନ୍ତି ନୟାଗଡ ରାଜ ବଂଶର ସଦସ୍ୟ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ନୟାଗଡରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ବିଜୁ ଜନତା ଦଳରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ପ୍ରତ୍ୟୁଷା ସମୟ କ୍ରମେ ବିଜେପିରେ ପହଂଚିଛନ୍ତି । ସେପଟେ ଅରୁଣ ସାହୁ ଆଜି ନାମାଙ୍କନ ଭରିବା ବେଳେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଚଳିଚ ନିର୍ବାଚନରେ ନୟାଗଡରେ ଅରୁଣ ବନାମ ପ୍ରତ୍ୟୁଷା ଲଢେଇ ହେବା ନେଇ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ ।