ଗୋଟିଏ ପଟେ ବର୍ଷା ତ ଅନ୍ୟ ପଟେ ମରୁଡି: ଉପକୂଳରେ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ଲହଡି ଭାଙ୍ଗୁଛି ପାଣି

127

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲହଡି ଭାଂଗୁଛି ପାଣି । ଜଳାର୍ଣ୍ଣବ ହୋଇଛି ତଳିଆ ଅଂଚଳ । ଆଉ ଦ୍ୱିତୀୟ ଦୃଶ୍ୟଟି ହେଉଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ । ଯେଉଁଠ କମ୍ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଜମି ଫାଟି ଆଁ କରିଛି । ଜମିରେ ରୁଆ ଯାଇଥିବା ଧାନ ଗଛ ପାଣି ନପାଇ ମରିବାକୁ ବସିଛି । ଯାହା ଚାଷୀ ମୁଣ୍ଡରେ ଚଡକ ପକାଇଛି ।

ବର୍ଷା ହେଉନଥିବାରୁ କୁଚିଣ୍ଡା ଅଂଚଳର ଚାଷୀମାନେ ଇଦ୍ରଦେବଙ୍କ ପୂଜା କରିଛନ୍ତି । ସମ୍ବଲପୁର ମହୁଲପାଲି ଅଂଳଚରେ ଇନ୍ଦ୍ର ଦେବଙ୍କୁ ପୂଜା କଲେ ଭଲ ବର୍ଷା ହେବ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିଲେ ବି କୁଚିଣ୍ଡା ଅଂଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ଯାହା ଫଳରେ ଜମି ଏବେଠାରୁ ଶୁଖିଲା ପଡିଛି । ଆଗକୁ ପାଣି ବିନା ଚାଷର ଅବସ୍ଥା କଣ ହେବ ସେ ନେଇ ଚିନ୍ତାରେ ପଡିଛନ୍ତି କୁଚିଣ୍ଡାର ଚାଷୀ ।