ଗାଧୋଇବା ବେଳେ ମଝି ନଇକୁ ଟାଣି ନେଲା କୁମ୍ଭୀର: ଉଦ୍ଧାର ନାବାଳକ କହିଲେ କୁମ୍ଭୀର ସହ ୧୫ ମିନିଟ୍ କାଳ ଲଢେଇର କାହାଣୀ

71

କନକ ବ୍ୟୁରୋ: ସାଙ୍ଗ ସାଧିରେ ଗାଧୋଇବା ବେଳେ ମଝି ନଇକୁ ଟାଣି ନେଇଥିଲା କୁମ୍ଭୀର । ମୁତ୍ୟୁକୁ ଅତି ପାଖରୁ ଦେଖି ମଝି ନଇରୁ ଜୀବନ ଧରି ଫେରିଆସିଲେ ସାହାସୀ ନାବାଳକ । ୧୫ ମିନିଟ୍ କାଳ ଲଢେଇ କରି କ୍ଷତାକ୍ତ ହେଲେ କିନ୍ତୁ କୁମ୍ଭୀରକୁ ହରାଇଲେ । ଆଉ ମଣିଷ ଖିଆ କୁମ୍ଭୀର ମୁହଁରୁ ନିଜ ଜୀବନକୁ ଛଡାଇ ଆଣିଲେ । କୁମ୍ଭୀର ସହ ଲଢେଇ ବେଳର ପ୍ରତିଟି ମୁହୁର୍ତକୁ କନକ ନ୍ୟୁଜରେ କହିଛନ୍ତି କୁମ୍ଭୀର ମୁହଁରୁ ବଂଚିଯାଇଥିବା କେନ୍ଦ୍ରାପଡା ପଟାମୁଣ୍ଡାଇ ଅଂଚଳର ୧୩ ବର୍ଷିୟ ପ୍ରକାଶ ସାହୁ । କେମିକି ମୁମ୍ଭୀର ମୁଣ୍ଡକୁ ଗୋଇଠା ମରି କୂଳକୁ ଚାଲିଆସିଥିଲେ । ତଥାପି ପିଛା ଛାଡିନଥିଲା କୁମ୍ଭୀର । ପୁଣି କୂଳରୁ ଟାଣି ନେଇଥିଲା ପାଣିକୁ ।