ମୁସଲମାନ ଭାଇ ଭଉଣୀଙ୍କ ସହ ଇଦ୍ ପାଳିଲେ ନେତା । ଭୁବନେଶ୍ୱରରେ ମନ୍ମଥ, କଟକରେ ସଂତୃପ୍ତ ଆଉ ମୋକିମ୍ ଜଣାଇଲେ ଶୁଭେଚ୍ଛା ।

96

କନକ ବ୍ୟୁରୋ: ସାରା ଦେଶରେ ପାଳିତ ହେଉଛି ଭାଇଚାରାର ପର୍ବ ଇଦ୍ । ମୁସଲମାନ ସମ୍ପ୍ରଦାୟର ଏହା ଏକ ବଡ ପର୍ବ । ମୁସଲମାନ୍ ଭାଇ ଓ ଭଉଣୀମାନେ ମସଜିଦରେ ସମୁହ ନମାଜ ପାଠ କରିବା ସହ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି । ପରସ୍ପରକୁ ମିଠା ଖୁଆଇ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ଲୋକ । ଇଦ୍ ଅବସରରେ ଯଦୁପୁର ମସଜିଦରେ ପହଞ୍ଚି ମସୁଲମାନ ଭାଇ-ଉଭଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡିର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ଏକାମ୍ର ବିଧାନସଭାର ପ୍ରାର୍ଥୀ ଅଶୋକ ପଣ୍ଡା ଓ ମେୟର ସୁଲୋଚନା ଦାସଙ୍କ ସହ ନମାଜରେ ସାମିଲ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ମୁସଲମାନ ପରିବାର ସହ କରିଛନ୍ତି ଆଲୋଚନା ।

ସେହିପରି କଟକ ସହରରେ ବି ମହାଆଡମ୍ବରରେ ପାଳିତ ହେଉଛି ଇଦ୍-ଉଲ୍-ଫିତର । କଦମ ରସୁଲରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଛନ୍ତି ମୁସଲମାନ ଭାଇଭଉଣୀ । ଏହି ଅବସରରେ କଟକର ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବାରବାଟୀ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଇଦର ଶୁଭେଚ୍ଛା ଜଣାଇଛନ୍ତି । ଏମାନଙ୍କ ସହ ବିଜେଡି ନେତା ଦେବାଶିଷ ସାମନ୍ତରାୟ, କଟକ ମେୟର ସୁବାଷ ସିଂହ ପ୍ରମୁଖ ସାମିଲ ହୋଇଥିଲେ । ସେପଟେ ମୁସଲମାନ ଭାଇଭଉଣୀଙ୍କ ସହ ଇଦ୍ ପାଳନରେ ସାମିଲ ହୋଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ଭାଇଚାରାର ପର୍ବ ଇଦକୁ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।