ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ରହସ୍ୟଜନକ ମୃତ୍ୟୁ । ଆତ୍ମହତ୍ୟା ନା ହତ୍ୟା, ସୁରାକ ଖୋଜୁଛି ପୋଲିସ ।

434

କନକ ବ୍ୟୁରୋ: ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ରହସ୍ୟଜନକ ମୃତ୍ୟୁ । ଖୁଜେନପାଲି ରେଳ ଧାରଣାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ବଣିକ ସଂଘର ସଭାପତି ତ୍ରିପୁରା ପାଣିଗ୍ରାହୀଙ୍କ ମୃତଦେହ ମଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ଜଣାପଡ଼ିନାହିଁ । ଯଦି ତାଙ୍କୁ ହତ୍ୟା କରାଯାଇଛି, ତେବେ କାହିଁକି ରେଳ ଧାରଣାରେ ମୃତ ପକାଇଲା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।