ମାଳଦ୍ୱୀପ ମୁହଁରେ ଚୀନ କଥା: ମାର୍ଚ୍ଚ ୧୫ ସୁଦ୍ଧା ନିଜ ଦେଶରୁ ସେନା ହଟାଇବା ପାଇଁ ଭାରତକୁ କହିଲା ମାଳଦ୍ୱୀପ

165

କନକ ବ୍ୟୁରୋ: କିଛି ଦିନ ହେବ ଭାରତ-ମାଳଦ୍ୱୀପ ମଧ୍ୟରେ ଚାଲିିଛି ବିବାଦ । ପର୍ଯଟନ କ୍ଷେତ୍ରକୁ ନେଇ ଉଠିଥିବା ବିବାଦ ଦୁଇ ଦେଶର ସର୍ମ୍ପକକୁ ପ୍ରଭାବିତ କରିଛି । ଏହି ପ୍ରସଙ୍ଗକୁ ନେଇ ପ୍ରଥମଥର ପାଇଁ ବୟାନ ରଖିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ମାଳଦ୍ୱୀପ ସମ୍ବନ୍ଧିତ ଏକ ପ୍ରଶ୍ନର ଉତର ଦେଇ ଜୟଶଙ୍କର କହିଛନ୍ତି—-ସବୁବେଳେ ସବୁ ଦେଶ ଭାରତର ବିଚାରଧାରାକୁ ସମର୍ଥନ କରିବେ, ସହମତି ପ୍ରକାଶ କରିବେ ଏହାର ଗ୍ୟାରେଂଟି ଦେବା ଅସମ୍ଭବ । ବିଗତ ୧୦ବର୍ଷ ଧରି ଭାରତ ଅନ୍ୟ ଦେଶ ସହ ନିଜର କୁଟନୀତି ସମ୍ପର୍କ ମଜଭୁତ ଦିଗରେ କାମ କରୁଛି ଓ ସଫଳତା ମଧ୍ୟ ପାଇଛି । । ରାଜନୀତି ଭଲ-ଖରାପ ସମୟ ଦେଇ ଗତିକରେ । ପରସ୍ପର ପ୍ରତି ଭଲ ଭାବନା ରଖିବା ଓ ସମ୍ପର୍କକୁ ମଜବୁତ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ ।

ମାଳଦ୍ୱୀପ ରାଷ୍ଟ୍ରପତି ଚୀନଗସ୍ତ ସାରି ଫେରିବା ପରେ ଭାରତ ପ୍ରତି ଅଧିକ ଆକ୍ରୋଶିତ ହୋଇପଡିଛନ୍ତି । ଚୀନର ଭାଷା କହୁଛନ୍ତି ମହମ୍ମଦ ମୁଇଜୁ । ଏଥିସହ ଭାରତ ବିରୋଧୀ ଆଭିମୁଖ୍ୟକୁ ଅଧିକ କଠୋର କରିଛନ୍ତି ମାଳଦ୍ୱୀପ ସରକାର । ମାର୍ଚ୍ଚ ୧୫ସୁଦ୍ଧା ମାଳଦ୍ୱୀପରୁ ଭାରତୀୟ ସେନା ଛାଡି ଯିବା ଉଚିତ ବୋଲି କହିଛନ୍ତି ମାଳଦ୍ୱୀପ ସେନା । ପବ୍ଲିକ ପଲିସି ସେକ୍ରେଟେରୀ ଅବଦୁଲା ନାଜିମ ଇବ୍ରାହିମ କହିଛନ୍ତି—ଭାରତୀୟ ସେନା ମାଳଦ୍ୱୀପରେ ରହିପାରିବେନି । ମାର୍ଚ୍ଚ ୧୫ସୁଦ୍ଧା ଭାରତୀୟ ସେନା ମାଳଦ୍ୱୀପ ଛାଡିବା ଉଚିତ । ଏହା ରାଷ୍ଟ୍ରପତି ମୁଇଜୁଙ୍କ ନୀତି ଅଟେ ।

ସୂଚନା ଅନୁସାରେ ଉଭୟ ଦେଶରୁ ସେନା ପ୍ରତ୍ୟାହାର ସର୍ମ୍ପକିତ ପ୍ରକିୟା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ରହିଛି । ଆଶ୍ଚର୍ଯ୍ୟର ବିଷୟ ହେଉଛି କମିଟି ନିଷ୍ପତି ଗ୍ରହଣ କରିବା ପୂର୍ବରୁ ମାଳଦ୍ୱୀପ ନିଜର ମନମାନି କରି ଭାରତକୁ ସମୟସୀମା ଦେଇଛି । ମାଳଦ୍ୱୀପରେ ମୋଟ ୭୭ଜଣ ଭାରତୀୟ ଯବାନ ରହିଛନ୍ତି । ଭାରତ ସହାୟତାରେ ମାଳଦ୍ୱୀପରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲିଥିବାରୁ ସେଠାରେ ଭାରତୀୟ ସେନା ମୃତୟନ ଏକ ଅତ୍ୟାବଶୀକୟ ପ୍ରକ୍ରିୟା ବୋଲି ପୂର୍ବରୁ ସ୍ପଷ୍ଟକରିସାରିଛି ଭାରତ । ଚୀନ ମାଳଦ୍ୱୀପକୁ ଭାରତ ବିରୋଧରେ ଉସକାଉଛି ଓ ଏହା ପ୍ରଭାବ ସିଧାସଳଖ ଉଭୟ ଦେଶର କୁଟନୀତି ସମ୍ପର୍କରେ ପଡୁଛି । ଆଗକୁ ମାଳଦ୍ୱୀପ ପାଇଁ ଏକ ଜଟିଳ ସମସ୍ୟା ଭାବେ ଉଭା ହେବା ଆଶଙ୍କା ରହିଛି ।