ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିନି ସରକାରଙ୍କ ଆବାସ ଯୋଜନା: ଟିଣ ଓ ପଲିଥିନ ଛପର ଗାଁ ମୋହନାର ଆରୁମପେଟା

75

କନକ ବ୍ୟୁରୋ: କେହି କଚ୍ଚା ବା ଚାଳ ଛପର ଘରେ ରହିବେ ନାହିଁ । ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ରହିବ । ଧନୀଙ୍କ ଭଳି ଗରିବ ଲୋକ ମଧ୍ୟ କୋଠା ଘରେ ରହିବେ । ଏଥିପାଇଁ ସରକାର ଯୋଜନା କରି ବାହା-ବାହା ନେଉଛନ୍ତି । ହେଲେ ଏବେ ବି ରାଜ୍ୟର ଅନେକ ଗାଁରେ ସରକାରୀ ଯୋଜନାର ସୁଫଳ ପାଉନାହାନ୍ତି ହିତାଧିକାରୀ । ଫଳରେ ଆଜି ବି ଲୋକଙ୍କୁ ଟିଣ ଓ ପଲିଥିନ୍ ଛପର ଘରେ ରହିବାକୁ ପଡୁଛି । ସେମିିତି ଏକ ଟିଣ ଛପର ଗାଁ ରହିଛି ଗଜପତି ଜିଲ୍ଲା ମୋହନା ବ୍ଲକରେ । ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡା ପଂଚାୟତର ଦୁର୍ଗମ ଗାଁ ଆରୁମପେଟା । ଏହି ଗାଁରେ ଜଣଙ୍କୁ ବି ସରକାରୀ ଆବାସ ଯୋଜନାରେ ଘରଟିଏ ମିଳୁଛି । ସ୍ୱାଧିନତାର ସାତ ଦଶନ୍ଧି ପରେ ମଧ୍ୟ ହିତାଧିକାରୀଙ୍କ ପାଖରେ ଆବାସ ଯୋଜନା ପହଂଚି ପାରିନାହିଁ । ସରକାରୀ ଯୋଜନାରେ ପକା ଘରଟିଏ ପାଇଁ ଲୋକେ ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି । ହେଲେ କେହି ଗ୍ରାମବାସୀଙ୍କ ଗୁହାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।