କୋଭିଡ ବେଳରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା: ସତର୍କ କରାଇଲେ ସରକାର

141

କନକ ବ୍ୟୁରୋ: ଦୁଇ ଦିନ ପରେ ଶ୍ରୀଜୀଉଙ୍କ ଘୋଷଯାତ୍ରା । କରୋନା ଯୋଗୁଁ ଦୁଇ ବର୍ଷ ଧରି ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ସ୍ୱଚକ୍ଷୁରେ ଦେଖିବାରୁ ବଂଚିତ ହୋଇଥିଲେ ଶ୍ରଦ୍ଧାଳୁ । କିନ୍ତୁ ଚଳିତ ବର୍ଷ ସଂକ୍ରମଣ ପୂର୍ବ ବର୍ଷ ଭଳି ନଥିବାରୁ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଏହି ଯାତ୍ରା ହେବାକୁ ଯାଉଛି । ଆଉ ଏବର୍ଷ ପୁରୀରେ ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି । କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ଟିକିଏ ଉପରମୁହାଁ ହୋଇଥିବାରୁ ସତର୍କ କରିଛନ୍ତି ରାଜ୍ୟ ସରକାର । ଏବେ ନଜର ପକାନ୍ତୁ ଆପଣ ଯଦି ରଥଯାତ୍ରାକୁ ଯିବାକୁ ଚାହୁଁଛନ୍ତି କଣ କରିବେ ଓ କଣ ନକରିବେ..

– ରଥଯାତ୍ରା ଯାଉଥିଲେ ମାସ୍କ ପିନ୍ଧନ୍ତୁ
– ଥଣ୍ଡା, କାଶ ଓ କୋଭଡି ଲକ୍ଷଣ ଥିଲେ ରଥଯାତ୍ରାକୁ ଯାଆନ୍ତୁ ନାହିଁ
– ଘରେ ବସି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖନ୍ତୁ

ରଥଯାତ୍ରା ଯେମିତି କୋଭିଡ ସଂକ୍ରମଣର କାରଣ ନହୁଏ ତାହା ନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବିଶେଷ କରି ରଥଯାତ୍ରା ସାମିଲ ହେବାକୁ ଆସିଥିବା ସମସ୍ତ ଭକ୍ତ ଯେପରି ମାସ୍କ ପିନ୍ଧିବେ, ତା ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ ଯେ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧିତ ପରିସ୍ଥିତିର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିଛି ପ୍ରଶାସନ ।

– ୧୦ ଲକ୍ଷ ଲୋକଙ୍କୁ ମାସ୍କ ଯୋଗାଇବେ ରାଜ୍ୟ ସରକାର
– ରଥଯାତ୍ରା ସମୟରେ ୫୦ହଜାରରୁ ଅଧିକ କରୋନା ଟେଷ୍ଟ କରାଯିବ
– ଟୀକାକରଣକୁ ବ୍ୟାପକ କରିବାକୁ ରହିଛି ଲକ୍ଷ୍ୟ
– ପୁରୀରେ ୬୯ଟି ଫାଷ୍ଟ-ଏଡ୍ ସେଂଟର ଖୋଲାଯିବ
– ୫୮ଟି ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା ରହିବ
– ୧୧୪ଟି ଷ୍ଟ୍ରେଚର ବ୍ୟବସ୍ଥା ରହିବ
– ୧୪୫ଜଣ ଡାକ୍ତର ନିୟୋଜିତ ରହିବେ

କେବଳ ଏତିକି ନୁହେଁ ଆସୁଥିବା ଶ୍ରଦ୍ଧାଳୁମାନେ ଯେମିତି କୌଣସି ଫୁଡ ପଏଜର ଶିକାର ନହୁଅନ୍ତି ସେଥିପାଇଁ ଫୁଟପାଥଠାରୁ ଆରମ୍ଭ କରି ତାରକା ହୋଟେଲ ପର୍ୟ୍ୟନ୍ତ ଖାଦ୍ୟ ଯାଂଚ କରାଯିବ ।