ପଳାଶୁଣିରେ ହେବ ଫୁଟ୍ ଓଭରବ୍ରିଜ୍ । ଜାଗା ପରିଦର୍ଶନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

712

କନକ ବ୍ୟୁରୋ: ଭୁବନେଶ୍ୱର ପଳାଶୁଣିରେ ହେବ ଫୁଟ୍ ଓଭରବ୍ରିଜ୍ । ତେବେ ଏଥିପାଇଁ ଜାଗା ପରିଦର୍ଶନ କରିଛନ୍ତି ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ । ଏହାସହିତ ଏନଏଚଏଆଇ ଅଧିକାରୀଙ୍କ ସହିତ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଆଲୋଚନା କରିଛନ୍ତି । ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଏହି ଫୁଟ୍ ଓଭରବ୍ରିଜ୍ ଗଠନ ହେବ । ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କ ପାଇଁ ଏହି ଫୁଟ୍ ଓଭରବ୍ରିଜରେ ଲିଫ୍ଟ ରହିବ । ତା ସହିତ ଏହି ଲିଫ୍ଟ ପାଇଁ ଦୁଇ ଜଣ ଅପରେଟର ମଧ୍ୟ ରହିବେ । ଜୁଲାଇ ମାସରୁ ଏହି ଫୁଟ୍ ଓଭରବ୍ରିଜର ନିର୍ମାଣ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଦୁର୍ଗାପୂଜା ବେଳକୁ ଏହି ଫୁଟ୍ ଓଭରବ୍ରିଜକୁ ଜନସାଧାରଣଙ୍କ ପାଇଁ ଖୋଲାଯିବ । ସୂଚନାଯୋଗ୍ୟ ଯେ, ପଳାଶୁଣି ଓଭରବ୍ରିଜ୍ ନିକଟରେ ଗତ କିଛି ଦିନ ହେଲା ଲଗାତାର ଦୁର୍ଘଟଣା ଘଟିଆସୁଛି । କିଛି ଦିନ ତଳେ ଏଠାରେ ଲଗାତାର ଦୁଇ ଦୁର୍ଘଟଣା, ଦୁଇ ଜଣଙ୍କ ଜୀବନ ନେଇଥିଲା । ତେଣୁ ସେଠାରେ ଗୋଟିଏ ଫୁଟ ଓଭରବ୍ରିଜ୍ ଗଠନ ନେଇ ଦାବି ହେଇ ଆସୁଥିଲା ।