୧୦ ଆକାଂକ୍ଷୀ ଜିଲ୍ଲାଗୁଡିକର ସ୍ଥିତି ପରଖିବେ ୧୦ କେନ୍ଦ୍ରମନ୍ତ୍ରୀ । ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି କେନ୍ଦ୍ରକୁ ଦେବେ ରିପୋର୍ଟ ।

187

କନକ ବ୍ୟୁରୋ : ରାଜ୍ୟ ୧୦ ଆକାଂକ୍ଷୀ ଜିଲ୍ଲା ବୁଲି ସ୍ଥିତି ପରଖିବେ ୧୦ ଜଣ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଅଶ୍ୱୀନି ବୈଷ୍ଣବ, ଅର୍ଜୁନ ମୁଣ୍ଡାଙ୍କ ସହ ୧୦ ଜଣ କେନ୍ଦ୍ରମନ୍ତ୍ରୀ ଜିଲ୍ଲାରେ ହୋଇଥିବା କେଦ୍ର ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି କେନ୍ଦ୍ରକୁ ଦେବେ ରିପୋର୍ଟ ।

କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତା ୧୩ ଏବଂ ୧୪ ତାରିଖରେ ଢେଙ୍କାନାଳ ଗସ୍ତ କରିବେ । ଆସୁଥିବା କେନ୍ଦ୍ରୀୟ ଅନୁଦାନର ସଠିକ୍ ବିନିଯୋଗ ହେଉଛି କି ନାହିଁ ତାହା ଉପରେ ସମୀକ୍ଷା କରି ରିପୋର୍ଟ ଦେବେ । ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ବିଜେପିର ପ୍ରସ୍ତୁତି କୁହାଯାଉଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଆମେ ୨୦୩୦ ପାଇଁ ପ୍ରସ୍ତୁତ ଅଛୁ ।