ବଢି଼ଲା ବାୟୁସେନାର ବଳ : ସାମିଲ ହେଲା ସ୍ୱଦେଶୀ ଲାଇଟ୍ କମ୍ବାଟ ହେଲିକପ୍ଟର

63

କନକ ବ୍ୟୁରୋ : ବଢି଼ଲା ବାୟୁସେନାର ବଳ । ବାୟୁସେନାରେ ସାମିଲ ହୋଇଛି ସ୍ୱଦେଶୀ ଲାଇଟ୍ କମ୍ବାଟ ହେଲିକପ୍ଟର ବା ଏଲସିଏଚ । ଯୋଧପୁର ଏୟାରବେସରେ ୧୦ଟି ଏଲସିଏଚ ବାୟୁସେନାରେ ସାମିଲ ହୋଇଛି । ଏହି ଅବସରରେ ସେଠାରେ ଉପସ୍ଥିତି ରହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବାୟୁସେନାର ମୁଖ୍ୟ ।

ଲଢୁଆ ହେଲିକପ୍ଟରକୁ ବେଙ୍ଗାଲୁରୁର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ତିଆରି କରିଛି । ସୀମାରେ ପଡୋଶୀ ପାକିସ୍ତାନ ଏବଂ ଚୀନ୍ ଭାରତ ପାଇଁ ସମସ୍ୟା ବଢାଉଛନ୍ତି । ଯାହାଫଳରେ ପାହାଡିଆ ଅଂଚଳରେ ଲଢୁଆ ବିମାନ ଉଡିବା ସମ୍ଭବପର ହୋଇପାରୁନି । ଏହିଭଳି ସ୍ଥିତିରେ ଏଲସିଏଚ୍ ବାୟୁସେନାକୁ ଅଧିକ ବଳ ଯୋଗାଇବ ।

ହେଲିକପ୍ଟରର ଓଜନ ପାଖାପାଖି ୬ ଟନ୍
ପାହାଡିଆ ଅଞ୍ଚଳରେ ମିସାଇଲ ଏବଂ ଯୁଦ୍ଧାସ୍ତ୍ର ନେଇ ଉଡାଣ ଭରିପାରିବ
ଏଲସିଏଚର ମୁଖ୍ୟ କାମ ସର୍ଚ୍ଚ ଅପରେସନ ଏବଂ ଉଦ୍ଧାର କରିବା
ଡ୍ରୋନ୍, ଆକାଶମାର୍ଗରେ ଉଡୁଥିବା ସନ୍ଦେହ ଜନକ ବିମାନ ରୋକିବ, ଅନୁପ୍ରବେଶ ରୋକିବ
ଅଧିକ ଉଚ୍ଚରେ ଉଡୁଥିବାରୁ ଶତ୍ରୁର ବଙ୍କର ଧ୍ୱଂସ କରିପାରିବ
ଆକାଶ ମାର୍ଗରେ ରଚିପାରିବ ମୃତ୍ୟୁର ତାଣ୍ଡବ
ଲଢୁଆ ବିମାନ ବ୍ୟବହାର ହୋଇନପାରିଲେ ଏଲସିଏଚ ବ୍ୟବହାର ହେବ
ସର୍ଜିକାଲ ଷ୍ଟ୍ରାଇକରେ ବ୍ୟବହାର ହୋଇପାରିବ ଏଲସିଏଚ
ଶତ୍ରୁର ରାଡାରକୁ ସହଜରେ ଠାବ କରିପାରିବ
ହେଲିକପ୍ଟରରେ ଗୁଳି ବାଜିଲେ ବି ବିଶେଷ ପ୍ରଭାବ ପଡିବନି
ଜୋର ପବନର ପ୍ରତିକୂଳ ଭିତରେ ବି ଏହା ତାର କାମ ଜାରି ରଖିବ
ଘଂଟାପ୍ରତି ସର୍ବାଧିକ ୨୭୦ କିଲୋମିଟର ବେଗରେ ଉଡିପାରିବ
ହେଲିକପ୍ଟରରେ ଯୁଦ୍ଧ ବିମାନ ଭଳି ଦୁଇ ଜଣ ପାଇଲଟ ଆଗ ପଛରେ ବସିିବେ
ସାଧାରଣ ହେଲିକପ୍ଟରରେ ପାଇଲଟମାନେ ପାଖାପାଖି ବସନ୍ତି