ଛୁଆକୁ ଭେଟିଲା କଟକ ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ। ନଜର ରଖିଛି ବନବିଭାଗର ସ୍ୱତନ୍ତ୍ର ଟିମ୍। 

102

କନକ ବ୍ୟୁରୋ:  କଟକ ଜଗତପୁରରେ ଆତଙ୍କ ଖେଳାଇଥିବା ଏହି ହିଂସ୍ର ହାତୀ ଏବେ ନିଜ ଛୁଆ ସହ ସାତକୋଶିଆ ଜଙ୍ଗଲରେ ବୁଲୁଛି । ଏବେ ହାତୀଟି ସ୍ୱାଭାବିକ ଅବସ୍ଥାକୁ ଫେରିଛି । ପୂର୍ବରୁ କିନ୍ତୁ ହିଂସ୍ର ଥିଲା । ନିଜ ଛୁଆକୁ ହରାଇ ମାଆ ହାତୀଟି ହିଂସ୍ର ହୋଇପଡ଼ିଥିଲା । ଜଗତପୁରରେ ହାତୀ ଆତଙ୍କ ଖେଳାଇବା ସହିତ ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଏପରିକି ଦୁଇ ଜଣଙ୍କୁ ମାରି ଦେଇଥିଲା । ପରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ରଖାଯାଇଥିଲା । କିନ୍ତୁ ହାତୀର ଆଚରଣ ସ୍ୱାଭାବିକ ହୋଇନଥିଲା । କିନ୍ତୁ ସଂରକ୍ଷଣ କେନ୍ଦ୍ରରେ ନିକଟରେ ଥିବା ସୋରିଶିଆ ପଦା ଧାନ ବିଲରେ ଏକ ତିନି ମାସରେ ଅଣ୍ଡିରା ହାତୀର ରଡି ଶୁଣିବା ପରେ ସ୍ଥାନୀୟ ଲୋକେ ବନ ଅଧିକାରୀଙ୍କୁ ଖବର ଦେଇଥିଲେ । ପରେ ଛୁଆ ହାତୀକୁ ଦେଖିବା ପରେ ସ୍ୱାଭାବିକ ହୋଇଛି । ଆଉ ଉଭୟ ହାତୀକୁ ୩-୪ ଦିନ ଅବଜରଭେସନରେ ରଖିବା ପରେ ସାତକୋଶିଆ ଜଙ୍ଗଲରେ ମା-ଛୁଆ ହାତୀ ।

ରାଜ୍ୟରେ ହାତୀ-ମଣିଷ ଲଢେଇ ବଢି ଚାଲିଛି । ଦୀର୍ଘ ଦିନ ହେବ ଓଡିଶାରେ ଅନେକ ହାତୀ ଶିକାରି ଫାଶରେ ପଡି ପ୍ରାଣ ହରାଇଛନ୍ତି । ଯାହାର ସଦ୍ୟ ଉଦାହରଣ ସମ୍ବଲପୁର କୁଚିଣ୍ଡା ବାମରା ବନଖଣ୍ଡରେ ଦୁଇଟି ହାତୀର ମୃତଦେହ ଉଦ୍ଧାର ଘଟଣ।। ଏହା ପୂର୍ବରୁ ବଡମ୍ବା ନରସିଂହୁପରରେ ମୃତ ହାତୀ ଉଦ୍ଧାର ହେବା ସାରା ରାଜ୍ୟରେ ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଏବେ ଏହାକୁ ରୋକିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । କିଭଳି ଜଙ୍ଗଲରେ ବନ୍ୟପ୍ରାଣୀକୁ ସୁରକ୍ଷା ଦେଇହେବ ।

ସେପଟେ ବନ୍ୟ ପ୍ରାଣୀ ଜନିତ ଅପରାଧ ରୋକିବା ପାଇଁ ଆରମ୍ଭ ହୋଇଛି ଜଏଂଟ ଟାସ୍କ ଫୋର୍ସ । ଏହି ଟିମ୍ ବନ୍ୟଜନ୍ତୁ ଅପରାଧ ମାମଲାର ତଦନ୍ତ କରିବ । ଆଉ ଏହି ଟିମ୍ ଗଠନ ହେବାର ପରେ ପ୍ରଥମ ଥର ପାଇଁ କୁଚିଣ୍ଡାରେ ବିଲରେ ମରି ପଡିଥିବା ଦୁଇ ହାତୀ ମାମଲାର ତଦନ୍ତ କରିବ ।