ଉଗ୍ର ହେଉଛି ଚୀନ୍ ଓ ଆମେରିକା ବିବାଦ। ଦକ୍ଷିଣ ଚୀନ ସାଗର ମଝି ଆକାଶରେ ଆମେରିକା ବିମାନକୁ ଅଟକାଇଲା ଡ୍ରାଗନ।

163

କନକ ବ୍ୟୁରୋ: ଉଗ୍ର ହେଉଛି ଚୀନ୍ ଓ ଆମେରିକା ବିବାଦ । ଦକ୍ଷିଣ ଚୀନ ସାଗରରେ ମୁହାଁମୁହିଁ ହେଲେ ଚାଇନା ଓ ଆମେରିକା ଫାଇଟର ଜେଟ୍ । ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଚୀନର ଜେ-୧୧ ଯୁଦ୍ଧ ବିମାନ ଆମେରିକୀୟ ଫାଇଟର ଜେଟର ବାଟ ଓଗାଳିଛି । ଦକ୍ଷିଣ ଚୀନ୍ ସାଗରରେ ଦୁଇ ଦେଶର ଶକ୍ତି ପ୍ରଦର୍ଶନ ପୁଣିଥରେ ଆମେରିକା– ଚୀନ ବିବାଦକୁ ବଢାଇ ଦେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକୀୟ ଜେଟ୍ ପାରାସେଲ ଦ୍ୱୀପରୁ ପ୍ରାୟ ୧୨ ନଟିକାଲ ମାଇଲ ଦୂରରେ ଥିଲା । ଏହି ସମୟରେ ଆମେରିକା ଜେଟର ବାଟ ଓଗାଳିଥିଲା ଚୀନର ଫାଇଟର ଜେଟ୍ ।

ଚୀନର ଜେ-୧୧ ଯୁଦ୍ଧ ବିମାନ ଆମେରିକା ଜେଟ୍କୁ ଆଗକୁ ଯିବାକୁ ଦେଇନଥିଲା । ଆମେରିକାର ପାଟ୍ରୋଲିଂ ବିମାନ ଦକ୍ଷିଣ ଚୀନ୍ ସାଗର ଉପରେ ଉଡୁଥିବା ବେଳେ ସାମନାକୁ ଆସିଥିଲା ଚୀନ୍ ଯୁଦ୍ଧ ବିମାନ । ଏମିତିକି ୱାର୍ଣ୍ଣିଂ ସିଗନାଲ ସହ ସିଧା ସଳଖ ଧମକ ବି ଦେଇଥିଲା ଫେରିଯିବାକୁ । ଗେଟ୍ ଆଗକୁ ବଢିଲେ ପରିଣାମ ପାଇଁ ଆମେରିକା ଦାୟୀ ରହିବ ବୋଲି ଚେତାବନୀ ଦେଇଥିଲା । ତା ସହିତ ୧୫ ମିନିଟ୍ ପର୍ଯ୍ୟନ୍ତ ପିଛା କରିଥିଲା ଡ୍ରାଗନ୍ । କିଛି ମିନିଟ୍ ପରେ ମିସାଇଲ ଭର୍ତି ଥିବା ଆଉ ଏକ ଚୀନି ଯୁଦ୍ଧ ବିମାନ ଆମେରିକୀୟ ଜେଟକୁ ଅଟକାଇବାକୁ ଆସିଥିଲା ।