୩ ବର୍ଷର ଝିଅକୁ କାର ଭିତରେ ଛାଡିଦେଇଗଲେ ବାପା, ମା’ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା କୁନି ଝିଅ ଜୀବନ ।

160

କନକ ବ୍ୟୁରୋ: ରାଜସ୍ଥାନ କୋଟାରେ ଘଟିଛି ଅଭାବନୀୟ ଘଟଣା । ଖାଟୋଲି ଥାନା ଅନ୍ତର୍ଗତ ଜୋରାୱରପୁରକୁ ବିବାହ ଭୋଜି  ଖାଇବାକୁ ଦୁଇ ଝିଅ ଓ ପତ୍ନୀଙ୍କ ସହ ଯାଇଥିଲେ ପ୍ରଦୀପ ନାଗର ନାମକ ବ୍ୟକ୍ତି । ପାର୍କିଙ୍ଗରେ ବଡ ଝିଅ ସହ ସ୍ତ୍ରୀ ଓହ୍ଲାଇପଡିଥିଲେ । ଏହାପରେ ପ୍ରଦୀପ କାର ପାର୍କିଙ୍ଗ କରି ଡୋର ଲକ୍ କରି ଭୋଜି ଚାଲିଯାଇଥିଲେ ।

 ଉଭୟ ସ୍ୱାମୀ ସ୍ତ୍ରୀ ଭାବୁଥିଲେ ୩ ବର୍ଷର କୁନି ଝିଅ ଗୋର୍ଭିକା ବଡ ଝିଅ ସହ ଅଛି । କିନ୍ତୁ କିଛି ସମୟ ପରେ କିନ୍ତୁ ସାନ ଝିଅକୁ ବଡ ଝିଅ ସହ ନଦେଖିବାରୁ ଖୋଜିବାରେ ଲାଗିଥିଲେ । ଏହି କ୍ରମରେ କାର ଭିତରେ ଯାଇ ଦେଖିବା ବେଳକୁ କାର ଭିତରେ ଚେତାଶୂନ୍ୟ ହୋଇପଡିଥିଲା କୁନି ଝିଅ ଗୋର୍ଭିକା । ତୁରନ୍ତୁ  ପାଖ ହସ୍ପିଟାଲକୁ ନେଇଥିଲେ ବି ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ ।