ଖଲ୍ଲିକୋଟ ପ୍ରାକ୍ ନିର୍ବାଚନୀ ହିଂସା : ତଦନ୍ତ ପାଇଁ ଆଇଜିଙ୍କ ତଦାରଖରେ ଏସଆଇଟି ଟିମ୍ ଗଠିତ ।

79

କନକ ବ୍ୟୁରୋ: ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ଘଟିଥିବା ରାଜନୈତିକ ହଂସା ଓ ହତ୍ୟା ଘଟଣାରେ ଏସଆଇଟିର ତଦନ୍ତ । ଆଇପିଏସ୍ ଆରକେ ଶର୍ମାଙ୍କୁ ଖଲ୍ଲିକୋଟ ଦାୟିତ୍ୱ ଦିଆଯାଇଛି । ଗତକାଲି ସେ ଖଲ୍ଲିକୋଟ ଥାନାକୁ ଯାଇ ତଦନ୍ତ କରିଥିଲେ । ଦକ୍ଷିଣାଂଚଳ ଆଇଜି ଜୟରାମ ପଙ୍କଜ ମଧ୍ୟ ଖଲ୍ଲିକୋଟ ଥାନାକୁ ଯାଇଥିଲେ । ଆଜି ଏସ୍ଆଇଟି ମୁଖ୍ୟ ଖଲ୍ଲିକୋଟ ଯିବେ । ଆଜିଠାରୁ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯିବ । ଏସଆଇଟି ମୁଖ୍ୟ ମୃତକଙ୍କ ପରିବାରକୁ ଭେଟିବା ସହ ଥାନାକୁ ଯାଇ ତଦନ୍ତ କରିବେ । ଆଜିଠାରୁ ୨୧ ତାରିଖ ଯାଏଁ ଛତ୍ରପୁରରେ କ୍ୟାମ୍ପ କରିବେ ଆର.କେ ଶର୍ମା । ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ । ୩୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।