ବନ୍ଦ ଘରେ ପଡି ରହିଛି ୩ ଜଣଙ୍କ ମୃତଦେହ: ରକ୍ତାକ୍ତ ଅବସ୍ଥାରେ ପଡିଛି ୩ଟି ଶବ, ହତ୍ୟା ସନ୍ଦେହ

1,669

କନକ ବ୍ୟୁରୋ: ବନ୍ଦ ଘରେ ପଡି ରହିଛି ୩ ଜଣଙ୍କ ମୃତଦେହ । ଘଟଣା ପରେ ଭେଡେନ ଥାନା ଅନ୍ତର୍ଗତ ଆଖିଫୁଟା ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି । ରକ୍ତାକ୍ତ ଅବସ୍ଥାରେ ପଡିଛି ୩ଟି ଶବ, ହତ୍ୟା ସନ୍ଦେହ କରାଯାଉଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା । ମୃତକ ହେଲେ ସେହି ଗାଁର ଟଙ୍କଧର ସାହୁ ଓ ତାଙ୍କର ଦୁଇ ସ୍ତ୍ରୀ ଦ୍ରୌପଦୀ ଓ ମାଧବୀ ସାହୁ । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଯଦି ଏହା ହତ୍ୟା ତେବେ କିଏ କାହିଁକି ହତ୍ୟା କଲା ସେନେଇ ପୋଲିସ ଛାନବିନ ଆରମ୍ଭ କରିଛି ।