ପ୍ରବଳ ତାତିରେ ସନ୍ତୁଳି ହେଉଛି ସାରା ଓଡ଼ିଶା: ଦିନ ୨ଟା ୩୦ ସୁଦ୍ଧା ୪୨.୬ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ହେଲା ଉତ୍ତପ୍ତ ସହର

133

କନକ ବ୍ୟୁରୋ: ପ୍ରଚଣ୍ଡ ତାତିିରେ ଜଳୁଛି ସାରା ଓଡ଼ିଶା । ଦିନ ସାଢେ ୨ଟା ସୁଦ୍ଧା ୪୨ ଦଶମିକ ୬ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ହେଲା ଉତପ୍ତ ସହର । ୪୨ ଦଶମିକ ୨ ଡିଗ୍ରୀ ସହ ଦ୍ୱିତୀୟ ସ୍ଥାନରେ ଭୁବନେଶ୍ୱର । ଚଳିତ ବର୍ଷ ଏହା ହେଉଛି ଭୁବନେଶ୍ୱରର ରେକର୍ଡ ତାପମାତ୍ରା । ପାଣିପାଗ କେନ୍ଦ୍ରର ସୂଚନା ଆଉ ୩ ଦିନ ଯାଏଁ କଲବଲ କରିବ ଟାଣ ଖରା । ଆଜି ପାଇଁ ୮ଟି ଜିଲ୍ଲା ଓ ଆସନ୍ତାକାଲି ପାଇଁ ୭ଟି ଜିଲ୍ଲାକୁ ହିଟୱେଭ୍ ସତର୍କ କରାଯାଇଛି । ଆଜି ପାଇଁ ମୟୂରଭଂଜ , କେନ୍ଦୁଝର, ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, ବଲାଙ୍ଗୀରରେ ହିଟ୍ ୱେଭ୍ ଆର୍ଲଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ସ୍ୱାଭାବିକ ତାପମାତ୍ର ଠାରୁ ଅଧିକ ତାପମାତ୍ରା ସହ ଗୁଳୁଗୁଳି ରହିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ବାୟୂମଣ୍ଡଳ ଉପରିଭାଗରେ ଏକ ଗୁରୁଚାପ ବଳୟ ରହିଛି । ଫଳରେ ସୁସ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ୨୧ ଓ ୨୨ରେ କାଳବୈଶାଖୀର ଆଶଙ୍କା ରହିଛି ।