ଦିଲ୍ଲୀରେ ପ୍ରଦର୍ଶୀତ ହେବ ସିଆରପିଏଫର ପ୍ରଜ୍ଞାପନ ମେଢ । ସାମିଲ ହେବେ ଦୁଇ ଓଡିଆ ଝିଅ, ଢେଙ୍କାନାଳର ପ୍ରିୟଦର୍ଶିନୀଙ୍କୁ ନେଇ ବଢିଲା ଚର୍ଚ୍ଚା

237

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀ ରାଜପଥରେ ଗଡିବ ବିଭିନ୍ନ ପ୍ରଜ୍ଞାପନ ମେଢ । ଏହି ଅବସରରେ ବିଶ୍ୱର ସବୁଠୁ ବଡ ଅର୍ଦ୍ଧ ସାମରିକ ବାହିନୀ ସିଆରପିଏଫର ପ୍ରଜ୍ଞାପନ ମେଢ ଗଡିବ । ସିଆରପିଏଫର ଏହି ମାର୍ଚିଂରେ ମୋଟ୍ ୧୮ ଜଣ ଯବାନ ରହିଛନ୍ତି । ଯେଉଁଥିରେ ୫ ଜଣ ମହିଳା ରହିଛନ୍ତିି । ଏହି ୫ ମହିଳାଙ୍କ ମଧ୍ୟରୁ ଦୁଇ ଜଣ ଓଡିଆ ରହିଛନ୍ତି ।
ଏହି ଦୁଇ ଓଡିଆଙ୍କ ମଧ୍ୟରୁ ଜଣେ ଢେଙ୍କାନାଳ ଜିଲ୍ଲାର ପ୍ରିୟଦର୍ଶନୀ ଏବଂ ଅନ୍ୟ ଜଣେ ଜ୍ୟୋର୍ତିମୟୀ ସାହୁ । ଦୁଇ ଓଡିଆ ମହିଳା ଏବେ ସିଆରପିଏଫକ କନେଷ୍ଟବଳ ରୂପେ ଅବସ୍ଥାପିତ ଅଛନ୍ତି । ପ୍ରିୟଦର୍ଶନୀ କ୍ରମାଗତ ଭାବେ ଦୁଇ ବର୍ଷ ଧରି ପ୍ରଜ୍ଞାପନ ମେଢରେ ମାର୍ଚିଂ କଂଟିଜେଣ୍ଟରେ ଚୟନ ହୋଇଛନ୍ତି । ୨୦୨୦ ସାଧାରଣ ତନ୍ତ୍ର ଦିବସ ପରେଡରେ ସିଆରପିଏଫର ଅଲ୍ ୱିମେନ ବାଇକର୍ସ କଂଟିଜେଂଟରେ ଡେୟାର ଡେଭିଲ ଷ୍ଟଣ୍ଟ ପ୍ପଦର୍ଶନରେ ପ୍ରିୟଦର୍ଶନୀ ବେଶ ପ୍ରଶଂସା ସାଉଁଟିଥିଲେ ।