ରୋମସ୍ଥିତ ଡବ୍ଲୁପିଏଫ ମୁଖ୍ୟାଳୟରେ ଖାଦ୍ୟ ସୁରକ୍ଷା ନେଇ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ: କହିଲେ ଏମିତି କଥା…

138

କନକ ବ୍ୟୁରୋ: ଇଟାଲୀ ରୋମସ୍ଥିତ ବିଶ୍ୱ ଖାଦ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏହି କାର୍ଯ୍ୟକ୍ରମର ଖାଦ୍ୟ ସୁରକ୍ଷା ଅଭିଯାନ ଓ ବିପର୍ଯ୍ୟୟ ପରିଚାଳନା ନେଇ ମତ ରଖିଛନ୍ତି । ଓଡିଶା କେମିତି ଖାଦ୍ୟ ନିଅଂଟିଆ ରାଜ୍ୟରୁ ଆତ୍ମନିର୍ଭରଶୀଳ ରାଜ୍ୟରେ ପରିଣତ ହୋଇଛି ତାହା କହିଛନ୍ତି । ପୂର୍ବରୁ ଅନେକ ସମୟରେ ଓଡିଶା ବିଭିନ୍ନ ସମୟରେ ଖାଦ୍ୟ ଅଭାବର ସମ୍ମୁଖୀନ ହୋଇଛି । ଖାଦ୍ୟ ଅଭାବରୁ ବହୁ ଲୋକଙ୍କ ଜୀବନ ଯାଇଥିବା ମଧ୍ୟ ଯାଇଛି । ଏନେଇ ସାରାବିଶ୍ୱରେ ଓଡିଶା ଏକ ଗରିବ ଓ ଖାଦ୍ୟ ସଂକଟ ଦେଇ ଗତି କରୁଥିବା ରାଜ୍ୟ ଭାବେ ଅପବାଦ ମୁଣ୍ଡାଇଥିଲା । ହେଲେ ଏବେ ସମୟ ବଦଳିଛି, ଓଡିଶା ଆଉ ଖାଦ୍ୟ ଅଭାବ ରାଜ୍ୟ ହୋଇ ରହିନାହିଁ । ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟରେ ପରିଣତ ହୋଇଛି । ଧାନଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା, ମାଛ, ଅଣ୍ଡା, କୁକୁଡା ଉତ୍ପାଦନରେ ଓଡିଶାର କେମିତି ଆଗେଇଛି ତାହା ତଥ୍ୟ ସହିତ ଉପସ୍ଥାପନ କରିଛନ୍ତି । ଓଡିଶାର ଏହି ସଫଳତାକୁ ସାରା ବିଶ୍ୱ ଆଗରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।