ସ୍ୱାମୀ ଏକ ନମ୍ବରକୁ ସ୍ତ୍ରୀ ଦଶ ନମ୍ବରୀ: ଦାମୀ କାରରେ ଆସିଲେ, ଆଖି ପିଛୁଳାକେ ଲୁଟିନେଲେ

205

କନକ ବ୍ୟୁରୋ: ସ୍ୱାମୀ ଏକ ନମ୍ବରକୁ ସ୍ତ୍ରୀ ଦଶ ନମ୍ବରୀ । ଦାମୀ କାରରେ ଆସିଲେ, ଆଖି ପିଛୁଳାକେ ଲୁଟିନେଲେ । ହିନ୍ଦିରେ କଥା ହେଉଥିବା ଏହି ଦମ୍ପତିଙ୍କ ଏଭଳି କାରନାମା ଏବେ ଚର୍ଚ୍ଚାରେ । ଘଟଣା ଘଟିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ୍ ରୋଡରେ । ଲୁଇସ୍ ରୋଡରେ ଥିବା ଏକ ଗାର୍ମେଂଟ୍ ଦୋକାନରେ ଏଭଳି ଚୋରି ହୋଇଛି । ସ୍ୱାମୀ ଓ ସ୍ତ୍ରୀ ଏକ ଧଳା ରଙ୍ଗର କାରରେ ଆସିଲେ । ଦୋକାନ ଭିତରକୁ ପ୍ରବେଶ କଲେ । ସ୍ତ୍ରୀ ସେଲ୍ସମ୍ୟାନକୁ ଡାକି କିଛି କିଣିବା ପାଇଁ ମାଗୁଛନ୍ତି । ସେଲ୍ସମ୍ୟାନ୍ ଟିକିଏ ସାଇଡ୍ ହୋଇଯିବା ବେଳେ ସ୍ୱାମୀ କାଉଂଟର ଖୋଲି ଲୁଟ୍ କରି ନେଉଛନ୍ତି । ସିସିଟିଭି ଯାଂଚ ପରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ବଡ଼ଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବ୍ୟବସାୟୀ ।