ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିବ କି ଜାମିନ୍? ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ବିରୋଧରେ ସୁପ୍ରିମକୋର୍ଟରେ ହେଲାନି ଶୁଣାଣି

190

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କଲେନି ସୁପ୍ରିମକୋର୍ଟ । କୋର୍ଟ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏହି ମାମଲାର ନିଷ୍ପତ୍ତିକୁ ସୁରକ୍ଷିତ ରଖାଯାଇଛି । ସୁପ୍ରିମକୋର୍ଟ ୯ ମେରେ ଏହି ମାମଲାର ଶୁଣାଣି କରିପାରନ୍ତି । କେଜ୍ରିୱାଲ ଅବକାରୀ ଦୁର୍ନିତୀ ମାମଲାରେ ନିଜ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।A

ଏହା ପୂର୍ବରୁ କୋର୍ଟ କହିଥିଲେ କି ଆମେ ଅନ୍ତିମ ଆଦେଶ ଦେବା ପୂର୍ବରୁ ଅନ୍ତରୀଣ ଆଦେଶ ଜାରି କରିଥାଉ । ଆମେ ଏହି କଥା ଉପରେ ବିଚାର କରୁନାହୁଁ କିଏ ରାଜନୈତିକ ବ୍ୟକ୍ତିତ୍ୱ କି ନାହିଁ । ଆମେ ସବୁବେଳେ ମାମଲା ଠିକ ନା ଭୁଲ ଦେଖିଥାଉ । ଏହି ଅସାଧାରଣ ମାମଲାରେ ଜାମିନ ପାଇଁ ବିଚାର କରାଯାଇପାରିବ ନା ନାହିଁ । ସୁପ୍ରିମକୋର୍ଟ ଆହୁରି କହିଥିଲେ କି, ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରାଯାଏ ତେବେ ତାଙ୍କୁ ଅଫିସିଆଲ କାମ କରିବାକୁ ଦିଆଯିବ ନାହିଁ ।